fbpx
BSKY SKY
BSKY SKY

ଓଡ଼ିଶାରେ ବି ଅଧା ଦିନ ଛୁଟି ପାଇଁ ମଞ୍ଜୁରୀ: ପ୍ରାଣ ପ୍ରତିଷ୍ଠାରେ ଖୋଲିବନି ଅଫିସ-ଶିକ୍ଷାନୁଷ୍ଠାନ

BSKY

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି ପ୍ରଦାନ କରିଛନ୍ତି । ଏହି ଦିନ ଅଧା ଦିନ ପାଇଁ ଛୁଟି ଗୋଷଣା କରିଛନ୍ତି ରାଜ୍ୟ ସରକାର । ଜାନୁୟାରୀ ୨୨ ତାରିଖକୁ ରାଜ୍ୟ ସରକାର ମଧ୍ୟ ଛୁଟି ଭାବରେ ଘୋଷଣା କରିଛନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ରାଜ୍ୟରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୨ ତାରିଖ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଅପିସ ଗୁଡ଼ିକ ଛୁଟି ରଖିବା ପାଇଁ ସରକାର ଘୋଷଣା କରିଛନ୍ତି ।

ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଦିନ ହାଫ୍ ଡେ’ ଛୁଟି ମଞ୍ଜୁର କରିଥିଲେ । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍, ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ସରକାର । ସାରା ଦେଶରେ ଏହି ପବିତ୍ର ଅବସର ପାଇଁ କେନ୍ଦ୍ର ସରକାର ଅଧା ଦିନ ଛୁଟି ଘୋଷଣା କରିଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏହି ଛୁଟି ଘୋଷଣା ହୋଇଛି । ଜାନୁୟାରୀ ୨୨ ତାିରଖରେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଛୁଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

 

Get real time updates directly on you device, subscribe now.