fbpx

(Video)ଏଠି ପ୍ରେମ ବି ଦିଗହରା ହୋଇଯିବ; କାମନା-ବାସନା ନୁହେଁ ବରଂ ଟିକିଏ ସ୍ନେହଁ ପାଇ…

ଓଡ଼ିଶା ଭାସ୍କର: ଆଜିକାଲି ପ୍ରେମ-ପ୍ରତାରଣା ଯୁବ ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏମିତି ବି ହୋଇଥାଏ ଯେ ଆପଣ ରିଲେସନସିପରେ ଅଛନ୍ତି କିନ୍ତୁ ଏକଥା କାହାକୁ କହିନଥାନ୍ତି । କେବେକେବେ ବ୍ୟକ୍ତିଗତ କାରଣରୁ ତ ଆଉ କେବେକେବେ ଅନ୍ୟ କୌଣସି କାରଣରୁ ପ୍ରେମିକ ଓ ପ୍ରେମିକା ପରଷ୍ପର ଠାରୁ ଅଲଗା ହୋଇଯାଆନ୍ତି । ଯଦିଓ କିଛି ପିଲା ଏସବୁକୁ ଅଣଦେଖା କରନ୍ତି, କିନ୍ତୁ ଅନେକ ପିଲା ଏହାର ପ୍ରତିଶୋଧ ନେଇଥାନ୍ତି ।

ଇଏ ତ ଗଲା ମଣିଷମାନଙ୍କ କଥା, ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯେଉଁଠି କାମନା-ବାସନାର ସ୍ଵାର୍ଥ ନାହିଁ କି କେହି କାହାଠାରୁ କିଛି ପାଇବାର ଲାଳସା ନାହିଁ । ମାଛ-ବିଲେଇକୁ ସମସ୍ତେ ଖାଦ୍ୟ-ଖାଦକ ବୋଲି ଜାଣନ୍ତି, ହେଲେ ଏଠି କଥା ପୁରା ଅଲଗା । ମାଛ-ବିଲେଇ ଉଭୟ ଉଭୟଙ୍କୁ ଚୁମ୍ବନ ଦେଇ ପ୍ରେମ ବାଣ୍ଟୁଛନ୍ତି। ଯାହାର ଏକ ଭିଡିଓ ଏବେ ଇଣ୍ଟରନେଟରେ ଘୁରିବୁଳୁଛି ।

ଭିଡିଓରେ ବିଲେଇଟିଏ ଏକ ପାଣି କୁଣ୍ତ ପାଖରେ ଶୋଇଛି, ସେହିସମୟରେ ଏକ ମାଛ ଆସି ବିଲେଇକୁ ସ୍ନେହଁ ବାଣ୍ଟିବାକୁ ଚେଷ୍ଟା କରୁଛି । ଆଉ ବିଲେଇଟି ମଧ୍ୟ ମାଛକୁ ସ୍ନେହଁ ଦେଉଛି । ଏହି ଦୃଶ୍ୟ ପ୍ରମାଣ କରୁଛି ଯେ ପ୍ରେମରେ କେବେ ପାଇବାର ସ୍ଵାର୍ଥ ଦେଖିବା କଥା ନୁହେଁ ବରଂ ତ୍ୟାଗର ଭାବନାକୁ ଖୋଜିବା କଥା ।

Get real time updates directly on you device, subscribe now.