fbpx
BSKY SKY
BSKY SKY

କାହିଁକି ମହାଭାରତକୁ ସମ୍ପୂର୍ଣ୍ଣ ପାଠ ନ କରି ଗୋଟିଏ ପୃଷ୍ଠା ଛାଡି ଦିଆଯାଏ? ଜାଣିଛନ୍ତି କି ଏହାର କାରଣ

BSKY

ଓଡିଶା ଭାସ୍କର: ମନ୍ଦିରରେ ବା ଖାଲି ସ୍ଥାନରେ ମହାଭାରତର ପାଠ କରଯାଏ । କିନ୍ତୁ ମହାଭାରତର ପାଠ ଘରେ କିମ୍ବା ସର୍ବସମ୍ମୁଖରେ କରାଯାଏ ନାହିଁ । କେବଳ ସେତିକି ନୁହେଁ ବିଶ୍ୱାସ କରାଯାଏ ଯେ ଆପଣ ଯେଉଁଠାରେ ବି ମହାଭାରତ ପାଠ କରିବେ, ଏହାକୁ ସମ୍ପୂର୍ଣ୍ଣ ପାଠ କରିବେ ନାହିଁ, ଗୋଟିଏ ପୃଷ୍ଠାକୁ ଛାଡି ଦେବେ । ତେବେ ଏପରି କରାଯିବା ପଛରେ ଏକ ଖାସ କାରଣ ରହିଛି। କିନ୍ତୁ ଘରେ ରାମାୟଣ ପାଠ କରାଯାଉଥିବା ବେଳେ ମହାଭାରତ ପାଠ ଘରେ କରାଯାଇନଥାଏ।

ତେବେ ଏମିତି କରିବାର କାରଣ ହେଉଛି କିଛପ୍ରସଙ୍ଗ ଯେପରିକି ରାମାୟଣରେ ଜଣେ ଭାଇ ଅନ୍ୟ ଭାଇ ପାଇଁ ସିଂହାସନ ଛାଡିଛନ୍ତି । ହେଲେ ମହାଭାରତରେ, ସିଂହାସନ ପାଇଁ ଜଣେ ଭାଇ ଅନ୍ୟ ଭାଇର ଶତ୍ରୁ ହୋଇ ଭାଇ ଭାଇର ଜୀବନ ନେବାକୁ ଚେଷ୍ଟା କରିଛି । ବିଶ୍ୱାସ କରାଯାଏ ଯେ ରାମାୟଣ ଜୀବନରେ କ’ଣ ଶୁଭ ଅଟେ ତାହା ଦର୍ଶାଇ ଥିବା ବେଳେ ମହାଭାରତରେ କ’ଣ କରିବା ଉଚିତ୍ ତାହା ବ୍ୟାଖ୍ୟା ହୋଇଛି । ତେଣୁ ମହାଭାରତକୁ ସମ୍ପୂର୍ଣ୍ଣ ପାଠ କରିବା ପରିବର୍ତ୍ତେ ଗୋଟିଏ ପୃଷ୍ଠା ଛାଡ଼ି ଦେବା ଉଚିତ୍ ।

ପୌରାଣିକ ମାନ୍ୟତାର ପ୍ରତିବାଦରେ, ସମାଲୋଚନା କରାଯାଏ ଦୁଇଟି ଯାକ ଗ୍ରନ୍ଥରେ ତ ଯୁଦ୍ଧ ରହିଛି ତେବେ ଏହା କିଭଳି ଶୁଭ ଓ ଅଶୁଭ ଭାବେ ବିବେଚନା କରାଯାଇଛି । ତେଣୁ ଉଭୟରାମାୟଣ ଏବଂ ମହାଭାରତରେ ଯୁଦ୍ଧକୁ ବ୍ୟାଖ୍ୟା କରାଯାଇଛି କିନ୍ତୁ ରାମାୟଣ ଏବଂ ମହାଭାରତ ଯୁଦ୍ଧ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ।

ରାମାୟଣରେ ସତ୍ୟର ସହିତ ଯୁଦ୍ଧ ହୋଇଥିଲା ଏବଂ ମହାଭାରତରେ ଛଳର ସହ ଯୁଦ୍ଧ ହୋଇଥିଲା । ରାମାୟଣ ଯୁଦ୍ଧରେ ପ୍ରଭୁ ଶ୍ରୀରାମ ଅସୁର ବିରୁଦ୍ଧରେ ମଇଦାନକୁ ଓହ୍ଲାଇ ଥିଲେ ଏବଂ ମହାଭାରତ ଯୁଦ୍ଧରେ ଜଣେ ଭାଇ ସିଂହାସନର ଲୋଭ ପାଇଁ ଅନ୍ୟ ଭାଇ ବିରୁଦ୍ଧରେ ଲଢିଥିଲା । ଏହି ବିଶ୍ୱାସକୁ ଆଧାର କରି ମହାଭାରତ ସହିତ ଜଡିତ କୌଣସି ବି ବସ୍ତୁକୁ ଘରେ ରଖାଯାଏ ନାହିଁ କି ମହାଭାରତ ଘରେ ପାଠ କରାଯାଏ ନାହିଁ ।

Get real time updates directly on you device, subscribe now.