fbpx

ଅର୍ପଣ ରଥରେ ଶ୍ରୀମନ୍ଦିରକୁ ଏତିକି କୋଟି ଦକ୍ଷିଣା ଦେଇଛନ୍ତି ଶ୍ରଦ୍ଧାଳୁ

Advertisement

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମା ସହ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଶ୍ରଦ୍ଧାଳୁମାନେ ମୁକ୍ତ ହସ୍ତରେ ମହାପ୍ରଭୁଙ୍କ ଲାଗି ଚାଉଳ, ଗୁଆ ଓ ଦକ୍ଷିଣା ଆଦି ପ୍ରଦାନ କରିଥିଲେ। ତେବେ ଶ୍ରଦ୍ଧାଳୁମାନେ ଦକ୍ଷିଣା ଆକାରରେ ମହାପ୍ରଭୁଙ୍କ ଲାଗି କେତେ ଟଙ୍କା ପ୍ରଦାନ କରିଥିଲେ ସେନେଇ ଆଜି ହିସାବ ପ୍ରକାଶ ପାଇଛି।

ଶ୍ରଦ୍ଧାଳୁମାନେ ୩ କୋଟିରୁ ଉର୍ଦ୍ଧ୍ଵ ଅର୍ଥାତ ମୋଟ ୩ କୋଟି ୬ ଲକ୍ଷ ୬୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଦକ୍ଷିଣା ସୂତ୍ରରେ ୩୦ଟି ଜିଲ୍ଲାରୁ ଭକ୍ତମାନେ ମହାପ୍ରଭୁଙ୍କ ପାଇଁ ଏହି ଦକ୍ଷିଣା ପ୍ରଦାନ କରିଛନ୍ତି। ତେବେ ଗତ ଜାନୁଆରୀ ୨୨ ରୁ ଫେବୃଆରୀ ୭ ମଧ୍ୟରେ ଏହି ଦକ୍ଷିଣା ମିଳିଛି। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି, ଗତ ଜାନୁଆରୀ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ୬ ଜାନୁଆରୀ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଥିଲା। ପ୍ରତି ବ୍ଲକରୁ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁ ଗାଁ ବୁଲି ଲୋକଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ସେବାୟତଙ୍କୁ ଗୁଆ ଓ ଅରୁଆ ଚାଉଳ ଦେଇଥିଲେ । ଏହା ସହ ସାରା ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ । ପୁରୀ ସଦର ବ୍ଲକରୁ ପ୍ରଥମେ ଅର୍ପଣ ରଥ ଶୁଭାରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.