fbpx

ପୁଣି ମାମୁଁ ହେଲେ ସଲମାନ ଖାନ୍

ମୁମ୍ବାଇ,୨୭ ।୧୨: ବଲିଉଡର ଦବଙ୍ଗ ହିରେୀ ସଲମାନ ଖାନ୍ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି । ଭାଇଜାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଖାନଙ୍କ ପରିବାରରେ ଆଜି ଡବଲ ସେଲିବ୍ରେସନ କରାଯାଉଛି । ସଲମାନଙ୍କ ଭଉଣୀ ଅର୍ପିତା ପୁଣି ଥରେ ମା ହେବାର ସୌଭାଗ୍ୟ ଲାଗ କରିଛନ୍ତି । ଆଜି ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ସଲମାନଙ୍କ ଜନ୍ମଦିନରେ ଏକ ଖାସ୍ ଉପହାର ଦେଇଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଅର୍ପିତା ମୁମ୍ବାଇର ହିନ୍ଦୁଜା ମେଡିକାଲରେ ଅଛନ୍ତି । ଡେଲିଭରୀ ସମୟରେ ଖାନ୍ ପରିବାରର ସମସ୍ତ ସଦସ୍ୟ ତାଙ୍କ ସହିତ ରହିଥିଲେ । ପୂର୍ବରୁ ଅର୍ପିତା ଏକ ପୁତ୍ରକୁ ଜନ୍ମ ଦେଇଥିଲେ, ଯାହାର ନାମ ଅହିଲ ଶର୍ମା । ସଲମାନ୍ ଓ ଅହିଲଙ୍କ ସମ୍ପର୍କ ବହୁତ ନିବିଡ ହୋଇଥିବା ବେଳେ ନିଜ ଭଣଜାକୁ ବହୁତ ଭଲପାଆନ୍ତି ଭାଇଜାନ ।

ତେବେ ୨୦୧୪ ନଭେମ୍ବର ୧୮ ତାରିଖରେ ହାଇଦ୍ରାବାଦର ଫଲକନୁମା ପ୍ୟାଲେସରେ ଅର୍ପିତା ଓ ଆୟୁଷଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୨୦୧୬ରେ ଅର୍ପିତା ପ୍ରଥମ ଥର ପାଇଁ ମା’ ହୋଇଥିଲେ ।

Get real time updates directly on you device, subscribe now.