fbpx

ଏତଲା ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ମାଝୀ

ନବରଙ୍ଗପୁର, ୨୭ା୧୨(ଓଡ଼ିଶା ଭାସ୍କର): କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାମରେ ଏତଲା ରୁଜୁ ହୋଇଥିଲା । ଏତଲା ରୁଜୁ ହେବା ପରେ ପ୍ରଦୀପ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମେ କାହାର କ୍ଷତି ପହଞ୍ଚାଇ ନାହୁଁ । ଆମକୁ ଜେଲରେ ପୁରାନ୍ତୁ କିନ୍ତୁ ନ୍ୟାୟ ଦିଆଯାଉ । ଧୈର୍ଯ୍ୟଚ୍ୟୁତି ଘଟିବାରୁ ସେ ଏପରି କହିଥିଲେ । ଚାପ ପ୍ରୟୋଗ ପାଇଁ ଏପରି କହିବାକୁ ବାଧ୍ୟ ହୋଇଥିଲେ । ନ୍ୟାୟ ପାଇଁ କୋର୍ଟକୁ ସାମ୍ନା କରିବୁ ବୋଲି ପ୍ରଦୀପ କହିଛନ୍ତି । କଂଗ୍ରେସ ଦଳ ଅହିଂସା ନୀତିରେ ବିଶ୍ୱାସ ରଖେ । ଆଗକୁ ଆମର ଅହିଂସା ନୀତିରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।

ପ୍ରଦୀପ ମାଝୀଙ୍କ ନାମରେ ନିଜଆଡୁ ନବରଙ୍ଗପୁର ଟାଉନ୍ ଥାନା ପୋଲିସ ଏତଲା ରୁଜୁ କରିଛି । ହିଂସାକୁ ଉସ୍କାଇବା ଅଭିଯୋଗରେ ପୋଲିସ ଏତଲା ରୁଜୁ କରିଛି । ନବରଙ୍ଗପୁର ଥାନାରେ ପ୍ରଦୀପଙ୍କ ସମେତ ଅନ୍ୟ ୨୨ ଜଣଙ୍କ ନାଁରେ ମଧ୍ୟ ଏତଲା ହୋଇଛି । ପ୍ରଦୀପଙ୍କ ନାଁରେ ଆଇପିସିର ୯ଟି ଦଫା ଲାଗିଥିବା ଜଣାପଡିଛି । ଦଫା ୧୨୦(ଖ), ୧୪୭,୩୪୧, ୩୫୩,୨୮୩ ଅନୁସାରେ ମାମଲା ରୁଜୁ ହୋଇଛି ।

ତେବେ ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦରେ ନବରଙ୍ଗପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ସେଠାରେ ଫୋନରେ ଜଣେ କଂଗ୍ରେସ କର୍ମୀଙ୍କୁ ପ୍ରଦୀପ ମାଝୀ କହିଥିଲେ ଯେ, ‘ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ ରଖ । କହିଲେ ଜାଳିବ । ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ବେଳେ ଉତ୍ତ୍ୟକ୍ତ କରିବା ଭଳି ଏହି ଫୋନ ବାର୍ତ୍ତାଳାପକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖିବା ନେଇ ମୋବାଇଲ ଫୋନ ବାର୍ତ୍ତାଳାପକୁ ବି ସ୍ୱୀକାର କରିଛନ୍ତି ପ୍ରଦୀପ ମାଝୀ ।

Get real time updates directly on you device, subscribe now.