fbpx

IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭ ।୧୨(ଓଡିଶା ଭାସ୍କର): IAS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳର ରାଜସ୍ୱ କମିସନର ଭାବେ ବଦଳି କରାଯାଇଛି । ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟସ୍ ନିର୍ଦ୍ଦେଶକ ଭାର ଦିଆଯାଇଥିବା ବେଳେ ଏସି/ଏସଟି ଓ ଓବିସି ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ପ୍ରଶାନ୍ତ ସେନାପତି । ସେହିପରି ଏ.ଏସ୍ ନରୱାଣେ ହୋଇଛନ୍ତି ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ । ଏନ. ଥିରୁମାଲା ନାଏକଙ୍କୁ ଶ୍ରମ କମିଶନର ଦାୟିତ୍ୱ ଦିଆଯାଇଛି । ଭି.ଜୟକୁମାର ହେଲେ ଆୟୁଷ ନିର୍ଦ୍ଦେଶକ ।

Get real time updates directly on you device, subscribe now.