fbpx
BSKY
BJD MC SKY
BJD YOUTH SKY

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ମାମଲା; ଜିମରୁ ୧୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର: ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂଙ୍କୁ ଗିରଫ କରାଯାଇଥିଲା । କଣ୍ଟାବଞ୍ଜିର ଆଲିଶାନ ସିନେମା ହଲ ମାଲିକ ପୁଅଙ୍କ ସହ କୌଣସି ଏକ କାରଣରୁ ଗଣ୍ଡଗୋଳ ହୋଇଥିଲା । ତେବେ ଏହି ମାମଲାରେ ପୋଲିସ ସେଜିସିଂଙ୍କୁ ଗିରଫ କରିବା ସହ ଆଜି ଜିମ୍ ରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି ।

ସୂଚନା ଅନୁଯାୟୀ, ଏହି ଗଣ୍ଡଗୋଳ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଲୁଜାଙ୍କ ପୁଅ ସେଜିସିଂଙ୍କୁ ଗିରଫ କରିଛି। ପୋଲିସ ସେଜିସିଂଙ୍କୁ ଗିରଫ କରି ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି ।ଘଟଣାସ୍ଥଳରେ ସେଜିସିଂଙ୍କ ଜିମ୍ ଜାଂଚ କରାଯାଇଥିଲା । ତଦନ୍ତ ପରେ ପୋଲିସ ଜିମରୁ ୧୯ ଲକ୍ଷ ଟଙ୍କା ସହ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ମଧ୍ୟ ଜବତ କରିଛି ।

 

Get real time updates directly on you device, subscribe now.