fbpx

ଗୁଳିମାଡ଼ ଘଟଣାରେ ଅବସରପ୍ରାପ୍ତ ସେନା ଅଧିକାରୀ ଅଶ୍ୱିନୀ ଗିରଫ

ଭୁବନେଶ୍ୱର, ୮ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଅବସରପ୍ରାପ୍ତ ସେନା ଅଧିକାରୀ ଅଶ୍ୱିନୀ ରାଉତ ତାଙ୍କ ପଡ଼ୋଶୀଙ୍କୁ ଗୁଳି ମାଡ଼ କରିଥିଲେ ।ଏହି ଘଟଣାରେ ତାଙ୍କୁ ଆଜି ଗିରଫ କରିଛି ଖଣ୍ଡଗିରି ପୋଲିସ । ଏହାସହ ଅଶ୍ୱିନୀଙ୍କ ନିକଟରୁ ଏକ ବନ୍ଧୁକ ଜବତ ମଧ୍ୟ କରାଯାଇଛି । ଅଶ୍ୱିନୀଙ୍କ ବିରୋଧରେ ଧାରା ୩୦୭, ୨୯୪ ଓ ୫୦୬ ଆର୍ମସ ଆକ୍ଟ ୨୭ ଲାଗୁ ହୋଇଛି ।

ଉଲ୍ଳେଖଯୋଗ୍ୟ ଯେ ଅଶ୍ୱିନୀଙ୍କ ଗୁଳିରେ ତାଙ୍କ ପଡ଼ୋଶୀ କୁଞ୍ଜ ବେହେରା ଆହତ ହୋଇ ଏମସରେ ଭର୍ତ୍ତି ହୋଇଥିଲେ । ୨୦୧୬ରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିବା ସୂଚନା ରହିଛି । କିନ୍ତୁ ଗତକାଲି ପାଟିତୁଣ୍ଡ ପରେ ଅଶ୍ୱିନୀ ଗୁଳି ଚଳାଇଥିଲେ ।

 

Get real time updates directly on you device, subscribe now.