fbpx

କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷରୁ ଉଦ୍ଧ୍ୱର୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିିଥିବା ନେଇ ସୂଚନା ମିଳିଛି । ତେଣୁ ଏହି କରୋନା ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା କରୁଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩୧୩୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୋମବାର ସୁଦ୍ଧା ୯୬୩୬୪ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.