fbpx

ଦୁଇ ବ୍ରାଉନସୁଗାର ଡ଼ିଲର ଗିରଫ

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୩୦୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ୨ଜଣ ଗିରଫ ମଧ୍ୟ ହୋଇଛନ୍ତି । ବାଲେଶ୍ୱରର ସେକ୍ ହାଇଦର ଓ ତନ୍ମୟ ଭୂୟାଁ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨ଲକ୍ଷ ୨୨ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.