fbpx

ଅଧ୍ୟୟନ ରିପୋର୍ଟରୁ ଖୁଲାସା: ରାତିରେ କୃତ୍ରିମ ଆଲୋକ ବଢ଼ାଇଥାଏ ଡାଇବେଟିସର ବିପଦ

ନୂଆଦିଲ୍ଲୀ: ରାତିରେ ବାହ୍ୟ କୃତ୍ରିମ ଆଲୋକ (LAN) ଡାଇବେଟିସ ଆକ୍ରାନ୍ତ ରୋଗୀଙ୍କ ବିପଦକୁ ବଢ଼ାଉଥିବା ଏକ ଅଧ୍ୟୟନ ରିପୋର୍ଟରୁ ପ୍ରକାଶ ପାଇଛି। ୟୁରୋପିଆନ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଉଲ୍ଲଖ କରାଯାଇଛି। ରକ୍ତରେ ଥିବା ଗ୍ଲୁକୋଜ୍‌ ଲେଭଲ୍‌କୁ ପ୍ରଭବିତ କରିଥାଏ (ଲାଇଟ୍‌ ଆଟ୍‌ ନାଇଟ୍‌-ଏଲ୍‌ଏଏନ୍‌) ରାତିବେଳାର କୃତ୍ରିମ ଆଲୋକ। ଚାଇନାର ଦୁଇଟି ୟୁନିଭର୍ସିଟି ପକ୍ଷରୁ ଗବେଷଣା କରାଯାଇଥିବା ଡା. ୟୁ ଜୁ କହିଛନ୍ତି।

ଅଧ୍ୟୟନରେ ମୋଟ ୧,୦୦,୦୦୦ ମହିଳା ଓ ପୁରୁଷଙ୍କୁ ସାମିଲ କରାଯାଇଥିଲା। କିଛିଦିନ ମଧୁମେହ ରୋଗୀଙ୍କୁ ଏଲ୍‌ଏଏଲ୍‌ରେ ରଖାଯିବା ପରେ ସେମାନଙ୍କ ଶରୀରରେ ୨୮% ଅଧିକ ମେଟାବୋଲିକ କଣ୍ଡିଶନ୍‌ (ହାଇବ୍ଲଡ୍‌ ପ୍ରେସର, ମେହବହୁଳତା ଜରିଆରେ ହୃଦ୍‌ଘାତ ହେବାର ସମସ୍ୟା ଆଶଙ୍କା ରହିଥାଏ) ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଥିଲା। ଚାଇନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୯ ନିୟୁତ ଲୋକ ଡାଇବେଟିସ୍‌ରେ ଆକ୍ରାନ୍ତ, ଯାହାର କାରଣ LAN ବୋଲି କୁହାଯାଉଛି।

ଅଧ୍ୟୟନରୁ ଜଣାପଡିଛି ଯେ, ‘ଆଧୁନିକ ସମାଜରେ ରାତିରେ କୃତ୍ରିମ LAN ର ସଂସ୍ପର୍ଶରେ ଆସିବା ଏକ ସର୍ବବ୍ୟାପୀ ପରିବେଶ ବିପଦ କାରକ । ସହରାଞ୍ଚଳ ଆଲୋକ ପ୍ରଦୂଷଣର ତୀବ୍ରତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏହା କେବଳ ବଡ଼ ସହରର ବାସିନ୍ଦାଙ୍କୁ ନୁହେଁ, ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।

Get real time updates directly on you device, subscribe now.