fbpx

ପରଲୋକରେ ଅଭିନେତା ଇରଫାନ ଖାନ୍

ମୁମ୍ବାଇ, ୨୯ା୪: ଆଜି ବହୁ ଚର୍ଚ୍ଚିତ ଅଭିନେତା ଇରଫାନ ଖାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କର ପେଟରେ ସଂକ୍ରମଣ ହୋଇ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ଗତକାଲି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହାସହ ନିକଟରେ ତାଙ୍କର ଅଂଗ୍ରେଜୀ ମିଡ଼ିଅମ ଫିଲ୍ମ ରିଲିଜ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ଜୟପୁରରେ ଇରଫାନଙ୍କ ଜନ୍ମ । ସେ ହିନ୍ଦୀ ଟେଲିଭିଜନ ସିରିଏଲରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୧ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିବା ବେଳେ ଅନେକ ଥର ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । କେବଳ ବଲିଉଡ଼ ନୁହେଁ ବରଂ ହଲିଉଡ଼ରେ ମଧ୍ୟ ତାଙ୍କର ନାଁ ରହିଛି । ୨୦୧୮ ମସିହାରୁ ସେ ନିରୋନଏଣ୍ଡୋକ୍ରାଇନ ଟ୍ୟୁମରରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।
ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ମଧ୍ୟରେ ପାନ ସିଂ ତୋମାର, ଦି ଲଞ୍ଚ ବକ୍ସ, ହାଇଦର, ଗୁଣ୍ଡେ, ପିକୁ, ସ୍ଲମ ଡଗ୍ ମିଲିୟନେୟାର, ସଲାମ ବମ୍ବେ, ଦ ଆମାଜିଙ୍ଗ ସ୍ପାଇଡ଼ର ମ୍ୟାନ ରହିଛି ।

Get real time updates directly on you device, subscribe now.