fbpx

ଜବାହାରଲାଲ ନେହେରୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ନୂଆଦିଲ୍ଲୀ, ୧୫ା୧୨: ଅଭିନେତ୍ରୀ ପାୟଲ ରୋହତଗୀ ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହୁଥିବା ବେଳେ ତାଙ୍କୁ ରାଜସ୍ଥାନ ପୋଲିସ ଆଜି ଗିରଫ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେବା ପରେ ସେ ଆଜି ଗିରଫ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆଜି ଅହମଦାବାଦରୁ ଗିରଫ କରାଯାଇଛି । ତାଙ୍କ ଗିରଫ ହେବା ଖବର ନିଜେ ପାୟଲ ତାଙ୍କ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେ ତାଙ୍କ ଗିରଫ ହେବା ଖବର ଲେଖିବା ସହ ଏହା ମଧ୍ୟ କହିଛନ୍ତି ମୋତିଲାଲ ନେହେରୁ ଓ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ନେଇ ଗୁଗୁଲରେ ଥିବା ସୂଚନା ଆଧାରରେ ଏକ ଭିଡ଼ିଓ ପୋଷ୍ଟ କରିଥିଲା । ଯାହା ପାଇଁ ଆଜି ମୋତେ ରାଜସ୍ଥାନ ପୋଲିସ ଗିରଫ କରିଛି । ଶେଷକୁ ଏହା ମଧ୍ୟ କହିଛନ୍ତି ଆଜିକାଲି କୌଣସି ବିଷୟରେ କହିବାର ସ୍ୱାଧିନତା ନାହିଁ ।

Get real time updates directly on you device, subscribe now.