ଭୁବନେଶ୍ୱରରେ ପହଞ୍ଚିଲେ ଅରୁଣ ସିଂ

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି ବିଶାଳ ସଭାରେ ଯୋଗଦେଇ ସିଏଏକୁ ନେଇ ସେ ଲୋକମାନଙ୍କୁ ସଚେତନ କରାଇବେ ।

Uttarakhand Govt.

ତେବେ ସିଏଏକୁ ବିରୋଧ କରି ଅରୁଣ ସିଂ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ସିଏଏ ବିରୋଧରେ କଂଗ୍ରେସ ଅଯଥାରେ ଲୋକଙ୍କୁ ଉସୁକାଉଛି ।’ସେହିପରି ଓଡିଶାରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଦେବ କି ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଅରୁଣ କହିଛନ୍ତି ଯେ, ଏହାର ନିଷ୍ପତ୍ତି ସଂସଦୀୟ ବୋର୍ଡ କରିବ ।