fbpx

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ବୃଦ୍ଧି

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି ହୋଇଛି । ଏପ୍ରିଲ ପହିଲାରୁ ଛାତ୍ରଛାତ୍ରୀଙ୍କୁ ମିଳିବ ବର୍ଦ୍ଧିତ ସହାୟତା ରାଶି । ଏଣିକି ଛାତ୍ରଛାତ୍ରୀଙ୍କୁ ମାସିକ ୨୫୦ ପରିବର୍ତ୍ତେ ୭୦ ଟଙ୍କା ମିଳିବ । ସେହିପରି ଛାତ୍ରାବାସରେ ରହୁଥିଲେ ୧୨୦୦ ବଦଳରେ ୧୭୬୦ ଟଙ୍କା ମିଳିବ ।

ପ୍ରତି ଶିକ୍ଷାନୁଷ୍ଠାନକୁ ୩ ବର୍ଷରେ ଥରେ ମିଳିବ ୧୦ ହଜାର ଦିଆଯିବ । କ୍ରୀଡ଼ା ଉପକରଣ କିଣିବାରେ ଶିକ୍ଷାନୁଷ୍ଠାନ ଏହି ଅର୍ଥ ଖର୍ଚ୍ଚ କରିବ । ଆସବାବ ପାଇଁ ୧ ଲକ୍ଷ ଓ କମ୍ପ୍ୟୁଟର କ୍ରୟ ପାଇଁ ୫୦ ହଜାର ଟଙ୍କା ଓ ସଫ୍ଟଓୟାର ଉପକରଣ ପାଇଁ ଥରକ ପାଇଁ ୬୦ ହଜାର ଟଙ୍କା ମିଳିବ ।

ଏଥିରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୧୦୩ ସ୍କୁଲ ଉପକୃତ ହେବେ। ଏହା ସହ ଗଣଶିକ୍ଷା ବିଭାଗର ୪ ସ୍କୁଲ ମଧ୍ୟ ଉପକୃତ ହେବେ । ଏନେଇ ଆଜି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.