fbpx

ଦିଲ୍ଲୀରେ ପୁଣି କେଜ୍ରିୱାଲ ସରକାର, ୧୪ ଫେବ୍ରୁଆରିରେ ନେଇପାରନ୍ତି ଶପଥ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ମିଳିଛି ପୂର୍ଣ୍ଣ ବହୁମତ । ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ବିଜୟ ରେସରେ ପଛରେ ବିଜେପି ବହୁ ପଛରେ ପଡିଥିବା ବେଳେ ଖାତା ଖୋଲି ପାରିଲାନି କଂଗ୍ରେସ । ଆପ୍ ୬୨ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୮ଟି ଆସନରେ ଓ କଂଗ୍ରେସ ୦ ଆସନ ଲାଭ କରିଛି । ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ଅରବିନ୍ଦ କେଜ୍ରିୱାଲ ।

Get real time updates directly on you device, subscribe now.