fbpx

Big breaking:(video)ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ, ବିଚାର ବିଭାଗ ହେପାଜତରେ ରହିବେ ୧୫ ଦିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ତିହାର ଜେଲ୍‌ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତକୁ ପଠାଇବାକୁ ଦାବୀ କରିଥିଲେ ଯାହା ଉପରେ ଆଜି ରାଉଜ୍ ଆଭେନ୍ୟୁ କୋର୍ଟ ମୋହର ଲଗାଇଛନ୍ତି । ତେବେ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟରେ କେଜ୍ରିୱାଲ କହିଛନ୍ତି, ‘ପ୍ରଧାନମନ୍ତ୍ରୀଜୀ ଆପଣ ଯାହା କରିବାକୁ ଯାଉଛନ୍ତି ଠିକ୍ କରୁନାହାନ୍ତି’ ।

କେଜ୍ରିୱାଲ କୋର୍ଟରେ ହାଜର ହେବା ପୂର୍ବରୁ ତିହାର ଜେଲ୍‌ରେ ବୈଠକର ଆୟୋଜନ ହୋଇଥିଲା କି ମୁଖ୍ୟମନ୍ତ୍ରୀଙ୍କୁ କେତେ ନମ୍ବର ଜେଲ୍‌ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ କୋର୍ଟଙ୍କୁ କହିଥିଲେ କି କେଜ୍ରିୱାଲ ଯାଞ୍ଚରେ ସହଯୋଗ କରୁନାହାନ୍ତି । ସେ ବେଶ୍ ଗୋଳମାଳ ଜବାବ ଦେଉଛନ୍ତି ଓ ନିଜ ଆଇଫୋନ୍ ପାସୱାର୍ଡ ବି ଦେଉନାହାନ୍ତି । ତେଣୁ ଆଗକୁ ତାଙ୍କ ଯାଞ୍ଚ ବଢାଯିବ ।

Get real time updates directly on you device, subscribe now.