fbpx
BJD SKY
BJD SKY

SC, ST, OBC ଓ EWS ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର; ମାଗଣାରେ ନେଇପାରିବେ ମେଡିକାଲ୍‌, ଇଂଜିନିୟରିଂ, ପ୍ରଶାସନିକ ସେବା ପରୀକ୍ଷା ଲାଗି କୋଚିଂ

BJD

ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏହାର ଜୟ ଭୀମ୍ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନା ପୁନର୍ବାର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଜରିଆରେ ମେଡିକାଲ, ଇଂଜିନିୟରିଂ ଓ ସିଭିଲ୍ ସର୍ଭିସ୍ ପରୀକ୍ଷା ଲାଗି ମାଗଣାରେ କୋଚିଂ ଦିଆଯିବ । ଦିଲ୍ଲୀ ସରକାରଙ୍କ ଏସସି, ଏସଟି କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦ କହିଛନ୍ତି ସରକାର ପୁନର୍ବାର ଏହାକୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଆହୁରି କିଛି ନୂଆ ପ୍ରତିଯୋଗିତା ପରୀକ୍ଷା ବି ସାମିଲ କରାଯିବ ।

ମନ୍ତ୍ରୀ କହିଛନ୍ତି କିଛି ପରିବର୍ତ୍ତନ ସହିତ ଯୋଜନାକୁ ପୁନର୍ବାର ଆରମ୍ଭ କରାଯାଇଛି ଓ ଏହାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଲାଗି ରଖାଯିବ । ୨୦୧୮ରେ ସର୍ବପ୍ରଥମେ କେଜରିୱାଲ ସରକାର ଏହି ଯୋଜନା ଆରମ୍ଭ କରିଥିଲେ ଯେଉଁଥିରେ SC, ST, OBC ଓ EWS ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଂଜିନିୟରିଂ ଓ ସିଭିଲ ସର୍ଭିସେସ୍ ପରୀକ୍ଷା ଲାଗି ପ୍ରସ୍ତୁତ କରାଯାଉଥିଲା ।

ଏଠାରେ କେବଳ ମୁକ୍ତ କୋଚିଂ ଦିଆଯାଇ ନ ଥାଏ ବରଂ ଏଥିରେ ପଢୁଥିବା ଛାତ୍ରଙ୍କୁ ସରକାର ପ୍ରତିମାସରେ ୨୫୦୦ଟଙ୍କା ଆର୍ଥିକ ସହାୟତା ଦେଇଥାନ୍ତି । କୋଚିଂ ସେଣ୍ଟରକୁ ଯିବା ଆସିବା ଓ ପୁସ୍ତକ କ୍ରୟ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଗୋଟିଏ ବ୍ୟାଚ୍‌ରେ ପ୍ରାୟ ୫,୦୦୦ ଛାତ୍ର ଏହାର ଲାଭ ଉଠାଇଛନ୍ତି । କିନ୍ତୁ କରୋନା ମହାମାରୀ ଆରମ୍ଭ ହୋଇଯିବା ପରେ ଏହା ବନ୍ଦ କରି ଦିଆଯାଇଥିଲା ।

ଏହି ଯୋଜନାକୁ ନଭେମ୍ବର ୨୦୨୧ରେ ପୁଣି ଆରମ୍ଭ କରାଯାଇଥିଲା ଓ ୧୩ ହଜାର ଛାତ୍ର ଏହାର ଫାଇଦା ଉଠାଇଥିଲେ । କିନ୍ତୁ କିଛିଦିନ ପରେ ପୁଣି ଏହାକୁ ବନ୍ଦ କରି ଦିଆଯାଇଥିଲା । ମନ୍ତ୍ରୀ କହିଛନ୍ତି କ୍ୟାବିନେଟ୍ ମଞ୍ଜୁରୀ ଓ ବିଜ୍ଞପ୍ତି ଜାରି ହେବା ପରେ କୋଚିଂ ସଂସ୍ଥା ଗୁଡିକର ରେଜିଷ୍ଟର କରିବା କାମ ଆରମ୍ଭ ହୋଇଯିବ । ଲକ୍ଷ୍ୟ ପୂରଣ ଲାଗି ଏଥିରେ ପ୍ରତିଷ୍ଠିତ କୋଚିଂ ସେଣ୍ଟରମାନଙ୍କୁ ହିଁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.