fbpx

(Video) ଡ୍ୟୁଟି କରିବା ସମୟରେ ପୋଲିସକର୍ମୀଙ୍କୁ ପିଟିଲା ଦ୍ରୁତଗତିରେ ଆସୁଥିବା କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏକ ଦ୍ରୁତଗତିରେ ଆସୁଥିବା କାର ଚେକପୋଷ୍ଟରେ ଥିବା ପୋଲିସକର୍ମୀଙ୍କୁ ବହୁ ଜୋରରେ ପିଟିଛି । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କାର ଧକ୍କାରେ ପୋଲିସକର୍ମୀ ବହୁ ଦୂର ଯାଏ ଛିଟିକି ପଡିଛନ୍ତି । ଏହି ଦୁର୍ଘଟଣା ୨୪ ଅକ୍ଟୋବରର ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାକୁ ଲାଗିଛି ।

ସୂଚନା ଅନୁଯାୟୀ, ଏହି ଘଟଣାରେ ଆହତ ପୋଲିସକର୍ମୀଙ୍କ ଏବେ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆହତ କନେଷ୍ଟବଳଙ୍କ ନାମ ରବି ସିଂହ ଭାବେ ପରିଚିତ ହୋଇଛି । ଅଭିଯୁକ୍ତ ଜଣକ ନାମ ରାମଲଖନ ବୋଲି ଜଣାପଡିଛି । ଅଭିଯୁକ୍ତ ଦିଲ୍ଲୀ ମଣ୍ଡାବଳୀର ନିବାସୀ ଅଟନ୍ତି । ଏହି ଦୁର୍ଘଟଣା ପରେ ଅଭିଯୁକ୍ତ ଜଣକ ଖସି ପଳାୟନ କରିବାକୁ ଚେଷ୍ଟା କରୁଥିଲା । ହେଲେ ଟ୍ରାଫିକ ପୋଲିସ ତାକୁ ପିଛା କରି ଗିରଫ କରିଛନ୍ତି ।

ସାମ୍ନାକୁ ଅସିଥିବା ଦୁର୍ଘଟଣାର ଭିଡିଓରେ ଦେଖାଯାଉଛି ଯେ, ଦିଲ୍ଲୀ ପୋଲିସର ଷ୍ଟାଫ ନଟ୍ ପ୍ଲେସର ଆଉଟର ସର୍କଲରେ ପିକେଟ ଲଗାଇ ଯାନବାହାନର ଚେକିଙ୍ଗ ଚାଲିଥିଲା । ସେହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା କାର କନେଷ୍ଟବଳ ରବି ସିଂହଙ୍କୁ ଧକ୍କା ମାରି ଫେରାର ହେବାକୁ ଲାଗିଥିଲା । ଏହି ଧକ୍କାରେ ପୋଲିସକର୍ମୀ ଜଣକ ଅନେକ ବାଟରେ ଛିଟିକି ପଡିଥିଲେ । ଏଥିରେ ସେ ଅନେକ ଆଘାତ ପାଇଛନ୍ତି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.