fbpx

୧୬ରେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ,୧୨ ।୨: ଆମ୍ ଆଦମୀ ପାର୍ଟି ବା ଆପ୍ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଆସନ୍ତା ଫେବ୍ରୁଆରି ୧୬ରେ ଶପଥ ନେବେ । ଲଗାତାର ତୃତୀୟ ଥର ପାଇଁ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି କେଜ୍ରିୱାଲ । ରବିବାର ଦିନ ରାମଲୀଳା ମଇଦାନ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ । କେଜ୍ରିୱାଲଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ସେହିଦିନ ଶପଥ ଗ୍ରହଣ କରିବେ । ୨୦୧୫ ମସିହାରେ ମଧ୍ୟ କେଜ୍ରିୱାଲ ରାମଲୀଳା ମଇଦାନରେ ଶପଥ ନେଇଥିଲେ ।
ତେବେ ଦିଲ୍ଲୀରେ ୭୦ ବିଧାନସଭା ଆସନରୁ ଆପ୍‌ ୬୨ ଆସନରେ ବିଜୟ ହାସଲ କରିଥିବାବେଳେ ବିଜେପି ୮ଟି ଆସନ ପାଇଛି ।

Get real time updates directly on you device, subscribe now.