fbpx
BJD
BJD SKY
BJD SKY

ମ୍ୟାରେଜ୍ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ମ୍ୟାରେଜ ସାର୍ଟିଫିକେଟକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୂଆ ରାୟ ଆସିଛି । ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ । ଜଣେ ନାବାଳିକାଙ୍କ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ସର୍ବୋଚ୍ଚ ଅଦାଲତ ଏହି ରାୟ ଶୁଣାଇଛନ୍ତି । ଏଥିସହିତ ମାମଲାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବିବି ନାଗରତ୍ନାଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଯୁବତୀ ଜଣଙ୍କ ସାବାଳିକା ଅଟନ୍ତି ଓ ସେ ଏକ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଛନ୍ତି ଏବଂ ଏଥିସମ୍ପର୍କିତ ମ୍ୟାରେଜ ସାର୍ଟିଫିକେଟ ରେକର୍ଡ କରାଯାଇଛି ବୋଲି ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ତେବେ ଏନେଇ ବେଞ୍ଚ କହିଥିଲେ ଯେ, ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କର କାମ ଅଟେ ।

ଚଳିତ ମାସ ୫ ତାରିଖରେ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତଙ୍କ ଜମାନତ ଖାରଜ କରିଦେଇଥିଲେ । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୬୩, ୩୬୬ଏ, ୩୮୪, ୩୭୬(ଏନ), ୩୮୪ ଓ ଯୌନ ଅପରାଧ ଧାରାରେ ମାମଲା ଦାୟର ହେବା ସହ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.