fbpx

ପ୍ରଥମ ଥର ଆଇପିଏଲ୍ ଅକ୍ସନରେ ନଜର ଆସିଲେ ସୁହାନା ଖାନ୍ ଓ ଆର୍ଯ୍ୟନ୍, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରୀ-ଆଇପିଏଲ୍ ନିଲାମୀ ବ୍ରିଫିଂର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଝିଅ ସୁହାନା ଖାନଙ୍କୁ ସ୍ପଟ୍ କରାଯାଇଥିଲା । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଆର୍ଯ୍ୟନ୍ ଓ ସୁହାନା ଉଭୟ ଟିମ୍ ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।

ସୁହାନା ପ୍ରଥମ ଥର ପାଇଁ ଆଇପିଏଲ୍ ଅକ୍ସନ୍ େଅର ନଜର ଆସିଥିଲେ । କିନ୍ତୁ ଆର୍ଯ୍ୟନ୍ ଗତଥର ବି ଅକ୍ସନ୍ ରେ ଯୋଗ ଦେଇଥିଲେ । ଗତ ବର୍ଷ ତାଙ୍କୁ ଜୁହି ଚାୱଲାଙ୍କ ଝିଅ ଜାହ୍ନବୀ ମେହତାଙ୍କ ସହିତ ଦେଖାଯାଇଥିଲା । କୋଲକାତା ନାଇଟ୍ ରାଇର୍ଡସ୍ ଆଇପିଏଲ୍ ଲିଗ୍ ର ୧୫ ତମ ସଂସ୍କରଣ ପାଇଁ ଆନ୍ଦ୍ରେ ରସଲ୍, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର୍ ଓ ସୁନୀଲ ନରେନଙ୍କ ନାମ ସ୍ଥିର ରହିଛି ।

ଆନ୍ଦ୍ରେ ରସଲ୍(୧୨ କୋଟି)

ବରୁଣ ଚକ୍ରବର୍ତ୍ତୀ(୮ କୋଟି)

ଭେଙ୍କଟେଶ ଆୟର୍(୮ କୋଟି)

ସୁନୀଲ ନରେନ୍(୬ କୋଟି)

Get real time updates directly on you device, subscribe now.