fbpx

(Video) ସୋନାଲିଙ୍କ ମୁଣ୍ଡ ଉପରେ ରହିଛି କେଉଁ ପ୍ରତିଭାଶାଳୀଙ୍କ ହାତ, କାହା ଇସାରାରେ ପୋଲିସ ବସିଛି ଚୁପ୍?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ପାଖାପାଖି ଦୁଇ ସପ୍ତାହ ପୂରି ଯାଇଥିବା ବେଳେ ନ୍ୟାୟ ପାଇନାହାନ୍ତି ତାଙ୍କର ପରିବାର ବର୍ଗ । ସୌମ୍ୟ ତାଙ୍କର ସୁଇସାଇଡ୍ ନୋଟରେ ତାଙ୍କର ପ୍ରେମିକା ସୋନାଲି ନନ୍ଦଙ୍କ ନାମ ଉଲ୍ଲେଖ କରିଥିଲେ । ତେଣୁ ସୌମ୍ୟଙ୍କ ପରିବାର ବର୍ଗ ସୋନାଲିଙ୍କୁ ଗିରଫ ପାଇଁ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ । ତେବେ ଏତେ ଦିନ ବିତିଯାଇଥିଲେ ହେଁ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବରୁ ଏହାକୁ ନେଇ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ । ସୋନାଲିଙ୍କ ମୁଣ୍ଡ ଉପରେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ହାତ ରହିଛି, ଯେ କି ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।

ତେବେ ଏଭଳି ସ୍ଥିତିରେ ସୌମ୍ୟଙ୍କ ନ୍ୟାୟ ଦେବା ପାଇଁ ଆଗକୁ ଆସିଛି ଉଦ୍ଧାର ଫାଉଣ୍ଡେସନ । ସଂଗଠନ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ଦାବିରେ କମିଶନରେଟ ପୋଲିସ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିକାଲି ଅନେକ ଯୁବତୀ ସରଳ ନିରୀହ ପୁଅମାନଙ୍କୁ ନିଜର ପ୍ରେମଜାଲରେ ଫସାଇ ସେମାନଙ୍କର ଜୀବନ ବର୍ବାଦ କରୁଛନ୍ତି । କଲ୍, ମେସେଜ୍ ଆଦି ସମସ୍ତ ପ୍ରମାଣ ସୋନାଲିଙ୍କୁ ବିରୋଧରେ ଯାଉଥିଲେ ହେଁ ତାଙ୍କୁ ପରଦା ଅଢ଼ୁଆଳରେ ରଖାଯାଉଛି । ତେଣୁ ପୋଲିସ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉନାହିଁ । ସୌମ୍ୟଙ୍କୁ ନ୍ୟାୟ ଦାବିରେ ମାନବାଧିକାର କମିଶନଙ୍କୁ ଦାବିପତ୍ର ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.