fbpx

ଆର୍ଯ୍ୟାନ୍ ଖାନ୍‌ଙ୍କୁ କୃଜ୍ ଡ୍ରଗ୍ସ ମାମଲାରେ ମିଳିଲା କ୍ଲିନ୍ ଚିଟ୍‌, ପଢନ୍ତୁ ପୂରା ଖବର

ନୁଆଦିଲ୍ଲୀ: ମୁମ୍ବାଇର ଚର୍ଚ୍ଚିତ କୃଜ୍ ଡ୍ରଗ୍ସ ମାମଲାରେ ବଲିଉଡ୍ କିଙ୍ଗ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌ଙ୍କ ପାଇଁ ବଡ଼ ଆସ୍ୱସ୍ତିକର ଖବର। ଏନଡିପିଏସ କୋର୍ଟରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରି(ଏନସିବି) ଆର୍ଯ୍ୟାନ୍ ଖାନ୍‌ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଆର୍ଯ୍ୟାନ୍ ଖାନ୍‌ଙ୍କ ନାମ ନଥିବା ସୂଚନା ମିଳିଛି।

ଆର୍ଯ୍ୟନ୍ ଖାନ୍ ଡ୍ରମ୍ସ କେସ ମାମଲାରେ ଏନସିବି ଆଜି ମୁମ୍ବାଇ କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଦିଲ୍ଲୀର ଏନସିବି ଅଧିକାରୀମାନେ ଚାର୍ଜସିଟ୍ ସହିତ ମୁମ୍ବାଇରେ ପହଞ୍ଚିଛନ୍ତି। ଏନସିବି ଦିଲ୍ଲୀର ଦଳର ଅଧିକାରୀମାନେ ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ଡିଡିଜି ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରାଯାଉଛି।

ଅକ୍ଟୋବର ୨ ରେ, ଏନସିବି କୄଜ ଉପରେ ଚଢ଼ାଉ କରିଥିଲା ​​ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଥିଲା, ୬ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା, ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ଆସିଥିଲେ। ବର୍ତ୍ତମାନ ଜଣେ ଅଭିଯୁକ୍ତ ଜେଲରେ ଅଛନ୍ତି, ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ତିନି ସପ୍ତାହରୁ ଅଧିକ ସମୟ ଜେଲରେ ରହିବାକୁ ପଡିଥିଲା।

 

 

 

Get real time updates directly on you device, subscribe now.