fbpx

ମାର୍ନସ ଲାବୁସେନ ପଚାରିଲେ କିଏ ଜିତିବ IPL 2022ର ଟାଇଟଲ୍ ? ୬୦ ପ୍ରତିଶତ ପ୍ରଶଂସକ ଦେଲେ ଏହି ଜବାବ

ଅହମ୍ମଦାବାଦ: ଆଇପିଏଲ ହେଉଛି ଦୁନିଆର ସବୁଠୁ ଚର୍ଚ୍ଚିତ ଲିଗ୍। ଏହି କାରଣରୁ ଲିଗରୁ ବାହାରେ ବସିଥିବା ଖେଳାଳିଙ୍କ ନଜର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଉପରେ ରହିଛି। ଅଷ୍ଟ୍ରେଲିଆ କ୍ରିକେଟର ମାର୍ନସ ଲାବୁସେନ ନିକଟରେ ନିଜ ଟୁଇଟରରେ ଆଇପିଏଲ ଜିତିବାକୁ ପ୍ରବଳ ଦାବିଦାର ଥିବା ଦଳଗୁଡିକ ନେଇ ଏକ ପୋଲ୍ ସେୟାର କରିଥିଲେ। ଲାବୁସେନ ପ୍ରଶଂସକଙ୍କୁ ପଚାରିଥିଲେ ଯେ, ଏଥର ଆଇପିଏଲ ୨୦୨୨ କିଏ ଜିବି। ଏଥିରେ ସେ ବିକଳ୍ପ ଭାବେ ଆରସିବି, ରାଜସ୍ଥାନ ଏବଂ ଗୁଜରାଟର ନାମ ଦେଇଥିଲେ।

ସଂପ୍ରତି ଆଇପିଏଲ ୨୦୨୨ର ରୋମାଞ୍ଚ ଚରମରେ ପହଞ୍ଚିଛି। ପ୍ରଶଂସକଙ୍କୁ ସିଜିନ ୧୫ର ଚାମ୍ପିଅନ ଆଉ ଦୁଇଟି ମୁକାବିଲା ପରେ ମିଳିଯିବ। ପ୍ଲେ ଅଫ ପାଇଁ ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ଵାଲିଫାଇ କରିଥିଲେ। ଗୁଜରାଟ ଟାଇଟନ୍ସ ରାଜସ୍ଥାନକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରି ସାରିଛି। ଅନ୍ୟପଟେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ହରାଇ କ୍ଵାଲିଫାୟର-୨ରେ ପହଞ୍ଚିଛି। ଆଜି ବେଙ୍ଗାଲୁରୁ ଏବଂ ରାଜସ୍ଥାନ ମଧ୍ୟରେ ଦ୍ଵିତୀୟ କ୍ଵାଲିଫାୟର ମୁକାବିଲା ଖେଳାଯିବ। ଏହି ମ୍ୟାଚର ବିଜେତା ଫାଇନାଲରେ ଗୁଜରାଟକୁ ଭେଟିବ।

ଲାବୁସେନଙ୍କ ପୋଲରେ ୧୩ ଘଣ୍ଟାରେ ଏକ ଲକ୍ଷରୁ ଅଧିକ ପ୍ରଶଂସକ ଭୋଟ୍ ଦେଇଛନ୍ତି। ଏଥିରେ ୬୦ ପ୍ରତିଶତରୁ ଅଧିକ ପ୍ରଶଂସକ ବେଙ୍ଗାଲୁରୁ ଚାମ୍ପିଅନ ହେବ ବୋଲି କହିଛନ୍ତି। ସେହିପରି ୧୯.୪ ପ୍ରତିଶତ ରାଜସ୍ଥାନ ଏବଂ ୧୯.୯ ପ୍ରତିଶତ ପ୍ରଶଂସକ ଗୁଜରାଟ ଟାଇଟନ୍ସକୁ ଭୋଟ୍ ଦେଇଛନ୍ତି। ଲାବୁସେନଙ୍କ ଏହି ପୋଲରୁ ସ୍ପଷ୍ଟ ହୋଇଛି ଯେ, ପ୍ରଶଂସକଙ୍କ ପାଇଁ ବେଙ୍ଗାଲୁରୁ ଫେବରିଟ୍ ଦଳ।

ଆଇପିଏଲ ୨୦୨୨ର ଦ୍ଵିତୀୟ କ୍ଵାଲିଫାୟରରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଇପିଏଲ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୨୭ ଥର ଭେଟିଛନ୍ତି। ଏଥିରୁ ବେଙ୍ଗାଲୁରୁ ୧୩ଟି ଜିତିଥିବା ବେଳେ ରାଜସ୍ଥାନ ୧୧ଟି ଜିତିଛି। ଗତ ଦୁଇଟି ସିଜିନରେ ବେଙ୍ଗାଲୁରୁ ରାଜସ୍ଥାନକୁ ଚାରି ଥର ହରାଇ ସାରିଛି। ଆଇପିଏଲ ୨୦୨୨ରେ ମଧ୍ୟ ଦୁଇ ଦଳ ମଧ୍ୟରେ ଦୁଇଟି ମୁକାବିଲା ଖେଳା ଯାଇଛି ଏବଂ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।

 

Get real time updates directly on you device, subscribe now.