fbpx

୧୪୪ ବର୍ଷ ଭଳି ଦେଖାଯାଉଥିବା ଝିଅର ଦେହାନ୍ତ, ଦୁର୍ଲଭ ରୋଗ ଯୋଗୁଁ ‘ସମୟ ପୂର୍ବରୁ ହୋଇଯାଇଥିଲେ ବୃଦ୍ଧା’

ନୂଆଦିଲ୍ଲୀ: ଖୁବ୍ ଅଳ୍ପ ବୟସରୁ ବୁଢ଼ୀ ହୋଇଯାଇଥିବା ୧୮ ବର୍ଷର ଝିଅର ମୃତ୍ୟୁ ହୋଇଯାଇଛି । ସେ ବ୍ରିଟେନ୍ ର ୱେଷ୍ଟ ସକ୍ସେସ୍ ରେ ରହୁଥିବା ବେଳେ ତାଙ୍କର ୧୮ ତମ ଜନ୍ମ ଦିନ ପାଳିବାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସେ ଖୁବ୍ ଅଳ୍ପ ବୟସରୁ ହିଁ ଗୋଟିଏ ଦୁର୍ଲଭ ରୋଗ କାରଣରୁ ୧୪୪ ବର୍ଷୀୟା ବୃଦ୍ଧା ପରି ଦେଖାଯାଉଥିଲେ । ତାଙ୍କ ନାଁ ହେଉଛି ଅଶାନ୍ତି ସ୍ମିଥ୍ । ଜୁଲାଇ ୧୭ ତାରିଖରେ ମୃତ୍ୟୁ ହୋଇଯାଇଛି । ସେ ହଚିଂଗସନ୍-ଗ୍ଲିଫୋର୍ଡ ସିଣ୍ଡ୍ରୋମ୍ ରୋଗରେ ପୀଡିତ ଥିଲେ ।

ବିଶେଷଜ୍ଞଙ୍କ କହିବା ମୁତାବକ, ହଚିଂଗସନ୍-ଗ୍ଲିଫୋର୍ଡ ପ୍ରଜେରିୟା ସିଣ୍ଡ୍ରୋମ୍ ହେଉଛି ଏକ ବିରଳ ରୋଗ । ଏଥିରେ ଆକ୍ରାନ୍ତ ହେବା ଫଳରେ ରୋଗୀ ସମୟ ପୂର୍ବରୁ ବୃଦ୍ଧ ହୋଇଯାଆନ୍ତି । ଏଥିସହିତ ବୃଦ୍ଧକାଳରେ ଆସୁଥିବା ବିଭିନ୍ନ ରୋଗ ଦ୍ୱାରା ଶିକାର ହୋଇଯାଆନ୍ତି । ଏହା ଏକ ଅତ୍ୟନ୍ତ ବିରଳ ପରିସ୍ଥିତି । ତେବେ ଏଥିରେ ପୀଡିତ ଥିବା ଅଶାନ୍ତିଙ୍କ ମାଆ ନିଜ ଝିଅଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ନିଜ ସାହାସୀ ଝିଅର ସ୍ମୃତିକୁ ଲୋକମାନଙ୍କ ସହିତ ବାଣ୍ଟିଛନ୍ତି ।

ସେ କହିଛନ୍ତି ଯେ, ଏତେ ଗମ୍ଭୀର ରୋଗ ଥିବା ବିଷୟରେ ଅଶାନ୍ତି ଜାଣିବା ସତ୍ତେ୍ୱ ଭାଙ୍ଗି ପଡ଼ିନଥିଲା । ଅନ୍ୟ ପିଲାମାନଙ୍କ ପରି ଦୁନିଆର ସୁନ୍ଦରତାକୁ ଅନୁଭବ କରୁଥିଲା । ନିଜର ସୁନ୍ଦର ସୁନ୍ଦର କତା କହି ଲୋକମାନଙ୍କ ମନ କିଣୁଥିଲା । ଏହି ରୋଗରେ ପୀଡିତ ହେବ ପରେ ତାଙ୍କର ଛୋଟ ସମୟରୁ ହିଁ ଚୁଟି ଝଡ଼ିଯାଇଥିଲା, ଶରୀରର ବିକାଶରେ ଅସ୍ଥିରତା ଦେଖିବାକୁ ମିଳିଥିଲା । ଡାକ୍ତର ମାନଙ୍କ କହିବା ମୁତାବକ, ପ୍ରଜେରିୟା ରୋଗରେ ଆକ୍ରାନ୍ତ ମାନେ ଜନ୍ମ ହେବା ସମୟରେ ଠିକ୍ ଠାକ୍ ଥାଆନ୍ତି । ଯେତେଯେତେ ସେମାନେ ବଡ଼ ହୋଇ ହୋଇ ଯାଆନ୍ତି ସେମାନଙ୍କ ଶରୀରରେ ଏହାର ଲକ୍ଷଣ ଦେଖାଯିତବା ଆରମ୍ଭ ହୋଇଥାଏ ।

ପ୍ରଜେରିୟାରେ ପୀଡ଼ିତ ଥିବା ପିଲାମାନଙ୍କ ଜୀବନକାଳ ୧୨ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ କିଛି କ୍ଷେତ୍ରରେ ଦେଖିବାକୁ ପିଲାମାନେ ୨୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି । ଏହି ପିଲାମାନେ ଖୁବ୍ ଶୀଘ୍ର ବୃଦ୍ଧାବସ୍ଥାକୁ ଚାଲି ଆସନ୍ତି । ଏହାର କୌଣସି ନିରାକରଣ ନାହିଁ ।

Get real time updates directly on you device, subscribe now.