fbpx

NSEର ନୂଆ MD ଭାବେ ନିଯୁକ୍ତି ହେବେ ଆଶିଷ କୁମାର ଚୌହାନ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଶେୟାର ବଜାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପ୍ରବନ୍ଧ ନିର୍ଦ୍ଦେଶକ (ଏମଡି) ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବେ ଆଶିଷ କୁମାର ଚୌହାନ । ଆଶିଷଙ୍କ ନିଯୁକ୍ତି ନେଇ ଏନଏସଇ ପକ୍ଷରୁ କୁହାଯାଇଛି । ଏନେଇ ଗତ ୧୧ ତାରିଖରେ ଏନଏସଇର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶେୟାର ଧାରକଙ୍କ ୯୯.୯୯ ପ୍ରତିଶତ ମତକୁ ଆଧାର କରି ଆଶିଷଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି ।

ପୂର୍ବରୁ ଆଶିଷ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ଏମଡି ଭାବେ କାର୍ଯ୍ୟ କରୁଥିଲେ । ଜୁଲାଇ ୧୮ରେ ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଆଶିଷଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଥିଲା । ଏନଏସଇରେ ଗତ ଜୁଲାଇ ୧୬ରେ ବିକ୍ରମ ଲିମୟେଙ୍କ ୫ ବର୍ଷର କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ତାଙ୍କ ସ୍ଥାନରେ ଏବେ ପଦ ସମ୍ଭାଳିବେ ଆଶିଷ ।

ଆଶିଷ ଆଇଆଇଟି ଓ ଆଇଆଇଏମରୁ ଶିକ୍ଷା ସମାପ୍ତ କରିଛନ୍ତି । ବର୍ଷ ୧୯୯୩ରୁ ୨୦୦୦ ପର୍ଯ୍ୟନ୍ତ ତାଙ୍କୁ ଭାରତର ମଡର୍ଣ୍ଣ ଫାଇନାନ୍ସିଆଲ ଡେରିଭିଟିଭସର ଜନକ କୁହାଯାଉଥିଲା । ସେ ନିଫ୍ଟ ଇଣ୍ଡେକ୍ସକୁ ତିଆରି କରିବା ସହ ପ୍ରଥମ ସ୍କ୍ରିନ ବେସଡ ଟ୍ରେଡିଂକୁ ଇନଚାର୍ଜ କରିଥିଲେ । ସେ ତାଙ୍କର କ୍ୟାରିୟରର ଶୁଭାରମ୍ଭ ଆଇଡିବିଆଇ ବ୍ୟାଙ୍କରୁ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.