fbpx

ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ: କହିଲେ ଆଜାଦୀ କା ଅମୃତ ମହୋତ୍ସବ ଭାରତର ଜନତାଙ୍କୁ ସମର୍ପିତ

ନୂଆଦିଲ୍ଲୀ: ସୋମବାର ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ଭାଷଣ ।

ରାଷ୍ଟ୍ରପତି ମୁର୍ମୂ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେ ଭାରତୀୟମାନେ ସନ୍ଦେହ କରୁଥିବା ଲୋକଙ୍କୁ ଭୁଲ୍ ବୋଲି ବୋଲି ପ୍ରମାଣିତ କରିଛୁ । ଏହି ମାଟିରେ ଗଣତନ୍ତ୍ରର ବିକଶିତ ହୋଇନାହିଁ ବରଂ ସମୃଦ୍ଧ ମଧ୍ୟ ହୋଇଛି । ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବରେ ଲାଗିଛି । ଭାରତ ବିଶ୍ୱକୁ ଗଣତନ୍ତ୍ରର ପ୍ରକୃତ କ୍ଷମତା ଜଣାଇବା ପାଇଁ ଦୁନିଆର ସାହଯ୍ୟ କରିବାର ଶ୍ରେୟ ସେ ଭାରତକୁ ଦିଆଯାଇପାରେବୋଲି କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ବିକାଶ ଠିକ୍ ଭାବରେ ହେଉଛି । ସମାଜରୁ ଲିଙ୍ଗଗତ ଅସମାନତା ଦୂର ହୋଇଛି । ନିକଟ ଅତୀତରେ ବିଶ୍ୱ ନୂଆ ଭାରତକୁ ବିକଶିତ ହେବାର ଦେଖିଛି, ଖାସ୍ କରି କୋଭିଡ୍-୧୯ ମହାମାରୀର ପ୍ରକୋପ ପରେ । ଭାରତର ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ବଢ଼ୁଛି । କରୋନା ବିରୋଧରେ ମଜଭୁତ ଲଢ଼େଇ ଲଢ଼ିଛି ଭାରତ । ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ଭୋଟ ଦେବା ପାଇଁ ଅଧିକାର ପ୍ରାପ୍ତ କରିବା ପାଇଁ ମହିଳାଙ୍କୁ ଲମ୍ବା ସମୟ ଧରି ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ଆମ ଗଣତନ୍ତ୍ରର ଆରମ୍ଭରୁ ହିଁ ଭାରତ ସାର୍ବଭୌମତ୍ୱ ମତାଧିକାରକୁ ଆପଣାଇଥିଲା ।

ଆଜି ଫାଇଟର ପାଇଲଟଠୁ ମହାକାଶ ବିଜ୍ଞାନୀ ଯାଏଁ ସବୁଠୁ ମହିଳା ସଫଳ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଝିଅମାନେ ଦେଶର ମାନ ବଢ଼ାଇଛନ୍ତି । ସବୁ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରୀ ବଢ଼ିଛି । ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ମହିଳାମାନେ ଆଗକୁ ବଢ଼ୁଛନ୍ତି ।

ରାଷ୍ଟ୍ରପତି କହିଛନ୍ତିି ଯେ ୧୪ ଅଗଷ୍ଟ ଦିନ ବିଭାଜନ-ବିଭୀଷିକା ସ୍ମୃତି-ଦିବସ  ଭାବରେ ପାଳନ କରାଯାଉଛି । ଏହି ସ୍ମୃତି ଦିବସ କୁ ପାଳନ କରିବାର ଉଦ୍ଦେଶ୍ୟ ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ବୃଦ୍ଧି କରିବା । ଆଜାଦୀ କା ଅମୃତ ମହୋତ୍ସବ ମାର୍ଚ୍ଚ ୨୦୨୧ ରେ ଦାଣ୍ଡି ଯାତ୍ରାର ସ୍ମୃତିକୁ ପୁଣି ଥରେ ଜୀବନ୍ତ ରୂପ ଦେଇ ଆରମ୍ଭ କରାଯାଇଥିଲା । ଏହ ମହୋତ୍ସବ ଭାରତର ଜନତାଙ୍କୁ ସମର୍ପିତ ।

ସେ ଆହୁରି କହିଛନ୍ତି ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢି଼ଛୁ । ଆଜି ସାରା ବିଶ୍ୱ ଦେଖୁଛି ଭାରତର ବିଜୟ । ଏକ ଭାରତ, ଶ୍ରେଷ୍ଠ ଭାରତ ସହ ଦେଶ ଆଗକୁ ବଢ଼ୁଛି । ଚାଷୀ, ଯୁବକ ଓ ମହିଳା ଦେଶର ଶକ୍ତି ଅଟନ୍ତି । ନୂଆ ଶିକ୍ଷା ନୀତି ଦେଶକୁ ଆଗକୁ ନେବ ।

Get real time updates directly on you device, subscribe now.