fbpx

ଜେଲରେ ପହଞ୍ଚାଇପାରେ ଛୋଟିଆ ସିମ କାର୍ଡ: ଜାଣନ୍ତୁ କେମିତି ହୋଇପାରେ ବିପଦ?

ଅନେକ ସମୟରେ ଆପଣଙ୍କ ପରିଚୟ ପତ୍ରରେ ସିମ ବାହାର କରି ବ୍ୟବହାର କରିଥାନ୍ତି । ଆପଣ ଯାହାର ଟିକିଏ ବି ସନ୍ଧାନ ପାଇପାରନ୍ତି ନାହିଁ । ତେବେ ଆଧାର କାର୍ଡ ଏବଂ ଏଥିରେ ଫିଙ୍ଗର ପ୍ରିଣ୍ଟର ବ୍ୟବହାର ପରେ ଏଭଳି ଘଟଣା କମ୍ ହୋଇଛି । କିନ୍ତୁ ପୂର୍ବରୁ ଏଭଳି ଅନେକ ଘଟଣା ସାମନାକୁ ଆସିଛି । ତେବେ ଯଦି କେହି ଆପଣଙ୍କ ଡକ୍ୟୁମେଣ୍ଟରେ ସିମ କାର୍ଡ ବ୍ୟବହାର କରୁଛନ୍ତି, ଆପଣ କ’ଣ କରିବେ? ଅନଲାଇନ ମାଧ୍ୟମରେ ଆପଣ ଏହାକୁ ଚେକ୍ କରିପାରିବେ ଏବଂ ଏହି ସିମ କାର୍ଡକୁ ଆପଣ ବ୍ଲକ ମଧ୍ୟ କରିପାରିବେ । ତେଣୁ ସିମ୍ କାର୍ଡ ଜନିତ ଫର୍ଜରୀ କେସକୁ କମ କରିବା ପାଇଁ ଆପଣ ଏହି ପ୍ରକ୍ରିୟାକୁ ଜାଣି ରଖିବା ଉଚିତ ।

୧. ପ୍ରଥମେ ଲିଙ୍କରେ କ୍ଲିକ କରି ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ ।

୨. ଏହାପରେ ନିଜ ନମ୍ବର ରେଜିଷ୍ଟର କରି ମିଳିଥିବା ଓଟିପି ପୋର୍ଟାଲରେ ଉଲ୍ଲେଖ କରନ୍ତୁ ।

୩. ଏବେ ଆପଣଙ୍କୁ ଆକ୍ଟିଭ କନେକ୍ସନ ସମ୍ବନ୍ଧୀୟ ସୂଚନା ମିଳିପାରିବ ।

୪. ଏଠାରେ ଆପଣ ବ୍ୟବହାର କରୁନଥିବା କିମ୍ବା ଅଜଣା ନମ୍ବରକୁ ଆପଣ ବ୍ଲକ କରିବା ପାଇଁ ଅନୁରୋଧ କରିପାରିବେ ।

୫. ରିକ୍ୱେଷ୍ଟ ପଠାଇବା ପରେ ବିଭାଗ ତରଫରୁ ଏକ ଟିକେଟ ଆଇଡି ମିଳିବ, ଯାହାଦ୍ୱାରା ଆପଣ ଏହାକୁ ଟ୍ରାକ କରିପାରିବେ ।

୬. ତେବେ ଏହାର କିଛି ସପ୍ତାହ ପରେ ଏହି ନମ୍ବର ବ୍ଲକ କରି ଦିଆଯିବ ।

ଏହି ପ୍ରକ୍ରିୟା ଦ୍ୱାରା ଆପଣଙ୍କ ପରିଚୟ ପତ୍ରରେ କେଉଁ ନମ୍ବର ଚାଲୁ ରହିଛି ତାହା ଜାଣିପାରିବେ । ଅପରାଧ କରିବା ପାଇଁ ଏଭଳି ଅନେକ ଫର୍ଜୀ ସିମ ବ୍ୟବହାର କରାଯାଇପାରେ । ଯାହା ମୁଖ୍ୟତଃ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିଚୟ ପତ୍ରରେ କନେକ୍ଟ ହୋଇଥିବ । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ଟେଲିକମ୍ ସର୍ଭିସ ଏହି ପୋର୍ଟାଲ ଲଞ୍ଚ କରିଛି । ଏହାଦ୍ୱାରା ଆପଣ ସିମ ବିଷୟରେ ଜାଣିପାରିବେ ଏବଂ ବ୍ଲକ ମଧ୍ୟ କରିପାରିବେ ।

Get real time updates directly on you device, subscribe now.