ଲଖିମପୁର ହିଂସା ମାମଲାରେ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ: ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏସଆଇଟି

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ୫ ହଜାର ପୃଷ୍ଠାର ଚାର୍ଜସିଟ୍ ରେ ଏସଆଇଟି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏସଆଇଟି ତରଫରୁ କୁହାଯାଇଛି ଘଟଣା ସମୟରେ ଆଶିଷ ମିଶ୍ରା ସେଠାରେ ହିଁ ଉପସ୍ଥିତ ଥିଲେ । ଲକ୍ଷେ୍ନø କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ସହ ପୋଲିସ୍ ଆଶିଷ ମିଶ୍ରା ଏବଂ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । ପୋଲିସ ଅନୁଯାୟୀ ସମ୍ପର୍କୀୟ ବିରେନ୍ଦ୍ର ଶୁକ୍ଳା ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲା । ମାମଲାରେ ଏସଆଇଟି ୧୩ ଜଣକୁ ଗିରଫ କରିଥିଲା ସେମାନେ ଏବେ ଜେଲରେ ଅଛନ୍ତି ।

ସୂଚନାଯୋଗ୍ୟ,ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଟିକୁନିଆ ରେ ହିଂସା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଉତ୍ୟକ୍ତ ଲୋକମାନେ ଆଶିଷଙ୍କ ସହ ୪ ଜଣଙ୍କର ହତ୍ୟା କରିଦେଇଥିଲେ ।