fbpx
BJD
BJD SKY
BJD SKY

ନୂଆ ସମସ୍ୟା! ଆଲଫା, ଡେଲଟା, ଓମିକ୍ରନ ପରେ ଏବେ ଫ୍ଲୋରୋନା ଭୟ, ଜାଣନ୍ତୁ କଣ ଏହାର ଲକ୍ଷଣ

ନୂଆଦିଲ୍ଲୀ: କରୋନା ଗତ ଦୁଇବର୍ଷ ହେଲା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ରଖିଛି । ଏହି ଦୁଇବର୍ଷ ମଧ୍ୟରେ ବିଶ୍ୱର କୋଟି କୋଟି ଲୋକ ଏହି ମହାମାରୀ କାରଣରୁ ପ୍ରାଣ ହରାଇସାରିଲେଣି । ତାଉପରେ ପୁଣି ଏହି ଭାଇରସ୍ ର ନୂଆ ନୂଆ ଭାରିଆଣ୍ଟ ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରୁଛି । ପ୍ରଥମେ ଆଲଫା, ତାପରେ ଡେଲଟା ଆଉ ଏବେ ଓମିକ୍ରନ ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଏହି ସବୁ ଭାରିଆଣ୍ଟ ମଧ୍ୟରୁ ଡେଲଟା ସବୁଠାରୁ ଅଧିକ ମାରାତ୍ମକ ଭାରିଆଣ୍ଟ୍ ହୋଇଥିବା ବେଳେ ବର୍ତ୍ତମାନର ଓମିକ୍ରନ ସ୍ୱରୂପ ଖୁବ୍ ମାତ୍ରାରେ ସଂକ୍ରାମକ । ଖୁବ୍ କମ୍ ସମୟ ମଧ୍ୟରେ ଏହା ବିଶ୍ୱର ୧୦୦ରୁ ଅଧିକ ଦେଶରେ ବ୍ୟାପିଯାଇଛି ।

  

ହେଲେ ଏବେ ଆଉ ଏକ ସସମ୍ୟା ଘେରିବାକୁ ବସିଲାଣି । ତାହା ହେଉଛି ଫ୍ଲୋରୋନା । ଏହା ହେଉଛି କୋଭିଡ୍ ଭାଇରସ୍ ର ଚତୁର୍ଥ ସ୍ୱରୂପ । ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଦେଖିବାକୁ ମିଳିଥିବା ବେଳେ ଫ୍ଲୋରୋନା ଇସ୍ରାଏଲ୍ ରୁ ଚିହ୍ନଟ ହୋଇଛି । କିନ୍ତୁ ଫ୍ଲୋରୋନାକୁ ଭାରିଆଣ୍ଟ ବୋଲି ଘୋଷଣା କରାଯାଇନାହିଁ ହେଲେ ଏହା କୋଭିଡ୍ ଓ ଇନଫ୍ଲୁଏଞ୍ଜାର ମିଳିତ ସଂକ୍ରମଣକୁ ବୁଝାଉଛି । ତେବେ ଏହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯାଞ୍ଚ ଆରମ୍ଭ କରିସାରିଲେଣି । ତାହେଲେ ଚାଲନ୍ତୁ ଜାଣିବା ଏହାର କଣ କଣ ଲକ୍ଷଣ ଓ ପ୍ରଭାବ ରହିଛି ।

ଇସ୍ରାଏଲ୍ ରୁ ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳାଙ୍କ ଠାରେ କୋଭିଡ୍ ଓ ଇନଫ୍ଲୁଏଞ୍ଜା ମାମଲା ଏକାବେଳକେ ଦେଖିବାକୁ ମିଳିଛି । ତେବେ ଡେଲଟା ଭଳି ମାରାତ୍ମକ ଭାରିଆଣ୍ଟ ଓ ଓମିକ୍ରନ ଭଳି ଦ୍ରୁତ ସଂକ୍ରମଣ ମଧ୍ୟରେ ଏହିପରି ଆଉ ଏକ ସଂକ୍ରମଣକାରୀ ଫ୍ଲୋରୋନା ଆସିବା ଦ୍ୱାରା ଭୟ ବଢ଼ିଛି । ରିପୋର୍ଟରେ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ଇସ୍ରାଏଲରେ ଇନଫ୍ଲୁଏଞ୍ଜା ସମସ୍ୟା ବଢ଼ିଥିବା ଦେଖିବାକୁ ମିଳିଛି । ଦୁଇଟି ସଂକମଣ ଏକାସାଙ୍ଗରେ ହେଉଥିବାରୁ ଇମ୍ୟୁନିଟି କମ୍ ହେଉଛି । ତେଣୁ ଏହି ଦୁଇଟିକୁ ଯୋଡ଼ି ପରୀକ୍ଷା ନିରୀକ୍ଷା କରାଯାଉଛି ।

 

Get real time updates directly on you device, subscribe now.