fbpx

ଲଖିମପୁର ଖେରୀ ହିଂସା ମାମଲା; ଆଶିଷ ମିଶ୍ରଙ୍କ ଜାମିନ୍ ନାମଞ୍ଜୁର

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ସଂପୃକ୍ତି ନେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ଅନ୍ୟ ଜଣେ ଆଶିଷ ପାଣ୍ଡେଙ୍କୁ ମିଳିଲାନି ବେଲ୍ । ମାଜିଷ୍ଟ୍ରେଟ କୋର୍ଟ ଉଭୟଙ୍କ ବେଲ୍ ନାମଞ୍ଜୁର କରିଛନ୍ତି ।

ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ ଚିନ୍ତା ରାମ ଉଭୟଙ୍କର ବେଲ୍ ନାମଞ୍ଜୁର କରିଛନ୍ତି । ଆଶିଷ ମିଶ୍ରଙ୍କୁ ଅକ୍ଟୋବର ୯ ତାରିଖରେ ଉତ୍ତରପ୍ରଦେଶ ପୋଲିସ ଏସଆଇଟି ଟିମ ଗିରଫ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡି ଚଢାଇବା କାରଣରୁ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ହିଂସା କାରଣରୁ ଆଉ ୪ ଜଣଙ୍କ ମୃତ୍ୟୁ ସହିତ ୮ ଜୀବନହାନି ଘଟିଥିଲା ।

ସେପଟେ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଅଙ୍କିତ ଦାସ ଅକ୍ଟୋବର ୮ରେ ନେପାଳ ପଳାଇଯାଇଥିôବା କଥାକୁ ସ୍ୱୀକାର କରିଛି । ତେବେ ଘଟଣା ଦିନ ଆଶିଷ ମିଶ୍ର ଫର୍ଚୁନ୍ୟର ଗାଡ଼ିରେ ଥିବା କଥା ସେ ସ୍ୱୀକାର କରିନାହିଁ ଏହା ସହ ଘଟଣା ଦିନ ସେଠାରେ କୌଣସି ଗୁଳିଚାଳନା ହୋଇଥିବା କଥାକୁ ମଧ୍ୟ ସେ ଅଗ୍ରାହ୍ୟ କରିଛି । ତେବେ ଅଙ୍କିତ ଦାସକୁ ମଧ୍ୟ ଅକ୍ଟୋବର ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି ।

Get real time updates directly on you device, subscribe now.