fbpx

ଆଉ ଗୋଟିଏ ଦିନ ଜେଲରେ ବିତାଇବେ ଆର୍ଯ୍ୟନ: ଆଜି ହେବକି ଜେଲରେ ଶେଷ ରାତି?

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଜାମିନ ଶୁଣାଣି ମାମଲାକୁ ଆଉ ଗୋଟିଏ ଦିନ ଘୁଞ୍ଚାଇଛନ୍ତି କୋର୍ଟ । ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଆସନ୍ତା କାଲି ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି । ବୁଧବାର ବିଚାର ଚାଲିଥିବା ବେଳେ ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ ଉପରେ ମତ ରଖିଥିବା ବେଳେ ଆର୍ଯ୍ୟନ କୌଣସି ଡ୍ରଗ୍ସ କିଣିନଥିବା କିମ୍ବା ସେବନ କରିନଥିବା କୁହାଯାଇଥିଲା ।
ଆର୍ଯ୍ୟନ ଖାନଙ୍କ ନିକଟରେ ଡ୍ରଗ୍ସ ସେବନ ପାଇଁ ପଇସା ନଥିଲା ବୋଲି ତାଙ୍କ ଓକିଲ ଅମିତ ଦେଶାଇ ଯୁକ୍ତି କରିଥିଲେ । ଏହା ସହିତ ବିକ୍ରି ପାଇଁ କୌଣସି ନିଶା ପଦାର୍ଥ ତାଙ୍କ ନିକଟରେ ନଥିବା ବେଳେ ସେବନ କରିବା ନିମିତ୍ତ ମଧ୍ୟ କୌଣସି ଡ୍ରଗ୍ସ ଉପଲବ୍ଧ ନଥିଲା । ଆର୍ଯ୍ୟନ ଉକ୍ତ ପାର୍ଟିକୁ ଆମନ୍ତ୍ରିତ ହୋଇ ଆସିଥିଲେ । ଆର୍ଯ୍ୟନଙ୍କୁ ଉକ୍ତ ପାର୍ଟିକୁ ଡାକିଥିବା ପ୍ରତୀକ ଗାବା ଏଯାଏଁ କାହିଁକି ଗିରଫ ହୋଇ ନାହାନ୍ତି ବୋଲି ମଧ୍ୟ ଆର୍ଯ୍ୟନଙ୍କ ଓକିଲ ଅମିତ ଦେଶାଇ ପ୍ରଶ୍ନ ଉଠାଇଥିଲେ ।

Get real time updates directly on you device, subscribe now.