fbpx

ୱାର୍ଡମେମ୍ବର ନିର୍ବାଚନରେ ମିଳିଲା ଖଣ୍ଡିଏ ଭୋଟ; ଅମାନତ ହରାଇଲେ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ନିକଟରେ ତାମିଲନାଡୁର ହୋଇଥିବା ୱାର୍ଡ ନିର୍ବାଚନରେ ପ୍ରତିନ୍ଦନ୍ଦିତା କରୁଥବା ବିଜେପି ପ୍ରାର୍ଥୀ ଡି.କାର୍ତ୍ତିକ କେବଳ ଗୋଟିଏ ଭୋଟ ପାଇଛନ୍ତି, ଏମିତିକି ତାଙ୍କ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି ହେଲେ ସେ କେବଳ ଗୋଟିଏ ଭୋଟ ପାଇଛନ୍ତି । ଯାହା ତାଙ୍କୁ ହାସ୍ୟର ପାତ୍ର କରିଛି ।

ସୂଚନା ଅନୁଯାୟୀ କାର୍ତ୍ତିକ କୋଏମ୍ବାଟୁରର ପେରିୟଣାୟକେନପାଲାୟମ ୟୁନିୟନର ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ଲଢ଼ୁଥିଲେ । ତେବେ ତାଙ୍କୁ କେବଳ ଗୋଟିଏ ମାତ୍ର ଭୋଟ ମିଳିବାକୁ ନେଇ ଏବେ ତାଙ୍କୁ ଅନେକ ସ୍ଥାନରେ ପରିହାସ କରାଯାଉଛି ଆଉ ଏହି ଘଟଣା ଏବେ ଗଣମାଧ୍ୟରେ ପ୍ରକାଶ ପାଉଥିବାବେଳେ ଏବେ ଭାଇରାଲ େହେବାରେ ଲାଗିଛି ।

ସରପଞ୍ଚ ନିର୍ବାଚନ ପାଇଁ ରାଜ୍ୟରେ ଅକ୍ଟୋବର ୬ ଏବଂ ୯ରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୨୭,୦୦୩ ପଦବୀ ପାଇଁ ୭୯,୪୩୩ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରିଥିଲେ । କାର୍ତ୍ତିକ ମଧ୍ୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିଥିଲେ, ପ୍ରଚାରରେ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋକୁ ମଧ୍ୟ ବ୍ୟବହାର କରିଥିଲେ ଏହା ପରେ ମଧ୍ୟ ସେ କେବଳ ଗୋଟିଏ ଭୋଟ ପାଇଥିଲେ ।

Get real time updates directly on you device, subscribe now.