fbpx

୧୫ ବର୍ଷର ସାନ ପ୍ରେମିକକୁ ୧୧ ଲକ୍ଷ ଟଙ୍କା ଦରମା ଦେଉଛନ୍ତି ମହିଳା, କରାଉଛନ୍ତି ଏଭଳିି କାମ

ନୂଆଦିଲ୍ଲୀ: ବିଦେଶରେ ପ୍ରେମ ଭଳି ସମ୍ପର୍କକୁ ଆଜିକାଲି ଟଙ୍କା ଦେଇ କିଣାଯାଉଛି । ଜଣେ ୪୪ ବର୍ଷୀୟ ମହିଳା ଦରମା ଦେଇ ପ୍ରେମିକ ରଖିଛନ୍ତି । ମହିଳାଙ୍କ ପ୍ରେମିକ ବି ବୟସରେ ତାଙ୍କଠାରୁ ୧୫ ବର୍ଷ ସାନ । ମହିଳା ତାଙ୍କୁ ଫିକ୍ସ ଦରମା ଦେଉଛନ୍ତି ଓ ଏହା ବଦଳରେ ଯାହା ଚାହୁଁଛନ୍ତି ପ୍ରେମିକ ଦ୍ୱାରା କରାଉଛନ୍ତି ।

ତେବେ ଜୁଲି ନାମକ ମହିଳା ଟିକ୍ ଟକ୍ ଆକାଉଣ୍ଟରେ ନିଜ ପ୍ରେମିକ ବିଷୟରେ ଅନେକ କିଛି କହିଛନ୍ତି । ଜୁଲିଙ୍କ ବୟସ ୪୪ ବର୍ଷ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ବୟସ ମାତ୍ର ୨୯ ବର୍ଷ । ଜୁଲିଙ୍କ କହିବା ମୁତାବକ ସେ ନିଜ ପ୍ରେମିକ ପଛରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେପରିକି ସେ ତାଙ୍କ ଦ୍ୱାରା କିଛି ବି କରାଇପାରିବେ ।

ଜୁଲି ନିଜ ପ୍ରେମିକ ଦ୍ୱାରା ରୋଷେଇ କରିବା ଠାରୁ ନେଇ ପୁଲ୍ ସଫା କରିବା ଓ ଘରର ସମସ୍ତ କାମ କରାଉଛନ୍ତି । ମହିଳା ନିଜର ଟିକ୍ ଟକ୍ ଭିଡିଓରେ କହିଛନ୍ତି ଯେ, ସେ ନିଜ ପ୍ରେମିକକୁ ସବୁକିଛି ଦେଉଛନ୍ତି, ଯାହା ତାଙ୍କର ଦରକାର । ଏପରି କି ସେ ଗୋଟିଏ ମାସରେ ତାଙ୍କ ଉପରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଘର କାମ ସହିତ ଅନ୍ୟ କାମକୁ ବି ମହିଳା ନିଜ ପ୍ରେମିକ ଦ୍ୱାରା କରାଇଥାନ୍ତି ।

ତେବେ ଦୁହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ଥିବାରୁ ମହିଳାଙ୍କୁ ଅନେକ ଲୋକ ଅଟ୍ଟହାସ୍ୟ କରୁଛନ୍ତି, କିନ୍ତୁ ସେ ଏହାର ଖାତିର କରନ୍ତି ନାହିଁ । ବୟସକୁ ଦେଖି ଅନେକ ଲୋକ ମହିଳାଙ୍କୁ କହିଥିଲେ ଯେ, ଖୁବଶୀଘ୍ର ଜୁଲିଙ୍କ ପ୍ରେମିକ ତାଙ୍କୁ ଛାଡି ଅନ୍ୟ ମହିଳାଙ୍କ ପାଖକୁ ଚାଲିଯାଇପାରେ । ଏଥିରେ ଜୁଲି ଉତ୍ତର ଦେଇ କହିଥିଲେ ଯେ, ‘ଏଥିରେ ମୋତେ ଡରିବାର ନାହିଁ । କାଳେ ମୁଁ ଛାଡିଦେବି ଭାବି ମୋ ପ୍ରେମିକ ଡରିବା କଥା ।’ରିପୋର୍ଟ ମୁତାବକ, ଜୁଲି ଅଧିକ ଧନୀ ମହିଳା । ତାଙ୍କ ପାଖରେ ନିଜର ଘର, କାର ଓ ଭଲ ବ୍ୟାଙ୍କ ବ୍ୟାଲାନ୍ସ ରହିଛି ।

Get real time updates directly on you device, subscribe now.