fbpx

କଟକରୁ ପୁଣି ୧୭ ପଜିଟିଭ୍ ଚିହ୍ନଟ ଘଟଣାରେ ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

କଟକ, ୨୦ା୩ (ଓଡିଶା ଭାସ୍କର): କଟକ ଜିଲ୍ଲାରୁ ପୁଣି ୧୭ ଜଣ ପଜିଟିଭ୍ ଚିହ୍ନଟ ହେବା ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆସନ୍ତା ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଆଶ୍ରମ ସ୍କୁଲ ବନ୍ଦ ରହିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।

ଆଶ୍ରମ ସ୍କୁଲରୁ ୧୭ ଜଣ ଅନ୍ତେବାସୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ନମୂହ ସଂଗ୍ରହ କରାଯାଇଛି । ସିଏମସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରୁ ଗୁରୁତ୍ୱ ଦିଆଯାଇଛି । ତେବେ ପୁଡ଼ୁଚେରୀରୁ ଆସିଥିବା କର୍ମକର୍ତ୍ତାଙ୍କ ଦ୍ୱାରା କରୋନା ବ୍ୟାପିଥିବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ କଟକର ଏକ ଘରୋଇ କଲେଜରୁ ୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.