fbpx

କଟକ ଲୋକସଭା ଆସନରୁ ଲଢ଼ିପାରନ୍ତି ରେଳମନ୍ତ୍ରୀ ଅଶ୍ୱିନୀ: ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଦେଶରେ ଦେଶର ନିର୍ବାଚନୀ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ରାଜ୍ୟରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ ହେବା ସହିତ ମୁଖିଆଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଉଛି । ତେବେ ୨୦୨୪ରେ ଓଡ଼ିଶାରେ ପୁଣି କ୍ଷମତା ହାତେଇ ବିଜେଡି ଡବଲ ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ବିଜେପି ଏଥର ଶାସକ ଦଳକୁ କଡ଼ା ଟକ୍କା ଦେବା ଲକ୍ଷ୍ୟରେ ରହିଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୈତିକ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ବଡ଼ ଚର୍ଚ୍ଚା ହେଉଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଅଶ୍ୱିନୀ ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି । ଗତ କିଛିଦିନ ଧରି ଅଶ୍ୱିନୀ ବାରମ୍ବାର କଟକ ଗସ୍ତ କରୁଥିବାରୁ ସେ କଟକ ଲୋକସଭା ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଗତ ଜାନୁଆରୀ ମାସ ୫ ତାରିଖରେ ଅଶ୍ୱିନୀ କଟକ ଗସ୍ତରେ ଆସିଥିବା ବେଳେ ଚଳିତ ସପ୍ତାହରେ ପୁଣି ଥରେ ଆସିଥିଲେ । ଗତ ୨୦୨୧ ମସିହାରେ ପାଖାପାଖି ଦୁଇ ବର୍ଷ ପାଇଁ କଟକର ଜିଲ୍ଲାପାଳ ପଦରେ ରହିଥିଲେ ଅଶ୍ୱିନୀ । ତେଣୁ କଟକ ବାସୀଙ୍କ ସୁଖଦୁଃଖ ସହିତ ବିଭିନ୍ନ ସମସ୍ୟାକୁ ନେଇ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଜିଲ୍ଲାରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି । ତେଣୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ନେଇ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ । ଗତ ଜାନୁଆରୀ ମାସରେ ଅଶ୍ୱିନୀ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେଣୁ ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଅଶ୍ୱିନୀଙ୍କ ରାଜନୈତିକ ରେଲଗାଡ଼ି କୁଆଡ଼େ ଯାଉଛି ତାହା ଭବିଷ୍ୟତରେ ଜଣାପଡ଼ିବ ।

Get real time updates directly on you device, subscribe now.