fbpx

IPL-2023 ଆଜି ଲଢିବେ ଗୁଜୁରାଟ-ଚେନ୍ନାଇ: କ’ଣ ରହିବ ପ୍ଲେଇଙ୍ଗ ୧୧?

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଆଜି ଆରମ୍ଭ ହେବ ସର୍ବବୃହତ ଟି-୨୦ ଲିଗ୍ । ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ଏବଂ ଏମ.ଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବ ମହାଯୁଦ୍ଧ । ତେବେ ଏହି ମ୍ୟାଚ ପୂର୍ବରୁ ଉଭୟ ଦଳର ପ୍ଲେଇଙ୍ଗ ୧୧କୁ ନେଇ ଜୋର ଧରିଛି । ମ୍ୟାଚ ପୂର୍ବରୁ ଧୋନୀଙ୍କ ଆହତ ସମସ୍ୟା ଟିମ ଏବଂ ଫ୍ୟାନ୍ସମାନଙ୍କ ପାଇଁ ନିରାଶ ଖବର ପାଲଟିଛି । ତେବେ ଆସନ୍ତୁ ଥରେ ନଜର ପକାଇବା ଆଜିର ମ୍ୟାଚରେ କ’ଣ ରହିପାରେ ପ୍ଲେଇଙ୍ଗ ୧୧ ।

CSK vs GT Head To Head Stats in IPL, Chennai Super Kings vs Gujarat Titans  H2H

ପ୍ରଥମ ମ୍ୟାଚରେ ଗତବର୍ଷର ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ନିଜର ଦ୍ୱିତୀୟ ଟାଇଟଲ ଆଶା ନେଇ ସମସ୍ତ ପ୍ରସ୍ତୁତି କରି ସାରିଛି । ତେବେ ଆଜିର ମ୍ୟାଚ ପାଇଁ ଦଳରେ ଗତବର୍ଷର ପ୍ଲେୟର ଅଫ ଦ ସିରିଜ ତଥା ଷ୍ଟାର ବ୍ୟାଟର ଡାଭିଡ ମିଲର ଉପଲବ୍ଧ ନାହାନ୍ତି । ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ନେଦରଲାଣ୍ଡ ଗସ୍ତରେ ଥିବାରୁ ଦଳର ଅନେକ ଖେଳାଳି ଆଇପିଏଲରେ ସାମିଲ ହୋଇପାରି ନାହାନ୍ତି । ତେବେ ମିଲର ମଧ୍ୟ ସେତିପାଇଁ ଗୁଜୁରାଟ ସହ ଯୋଡି ହୋଇନାହାନ୍ତି । ତେଣୁ ତାଙ୍କ ବିନା ହାର୍ଦ୍ଦିକଙ୍କୁ ପଡିଆରେ ଚେନ୍ନାଇ ବୋଲରଙ୍କୁ ସାମନା କରିବାକୁ ପଡିବ । ତେବେ ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମନସନଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ ।

IPL 2022 - Hardik Pandya, David Miller help Gujarat Titans romp into Indian  Premier League final - Telegraph India

ଆଜିର ମ୍ୟାଚରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଧୋନୀଙ୍କ ଆହତ ସମସ୍ୟା । ପ୍ରଥମ ମ୍ୟାଚରେ ହିଁ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ସେପଟେ ଗତବର୍ଷର ଷ୍ଟାର ବୋଲର ମୁକେଶ ଚୌଧୂରୀ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ତେବେ ଦଳର ସିଇଓ ଧୋନୀଙ୍କ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି । ଗୁଜୁରାଟ ବିପକ୍ଷ ମ୍ୟାଚରେ ଧୋନୀ ଅଦିନାୟକ ଭାବରେ ଦଳ ସହ ଓହ୍ଲାଇବେ ବୋଲି କହିଛନ୍ତି ସିଇଓ କାଶୀ ବିଶ୍ୱନାଥନ । ତେବେ ଧୋନୀଙ୍କ ସହିତ ଶ୍ରୀଲଙ୍କାର ୨ ଷ୍ୟାର ବୋଲର ମହୀଷ ଥୀକ୍ଷଣା ଏବଂ ମଥୀସା ପଥୀରାନା ଦଳ ସହ ଯୋଡି ହୋଇନାହାନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଯୋଗୁଁ ସେ ଏପ୍ରିଲ ୮ ତାରିଖରେ ଦଳ ସହ ସାମିଲ ହେବେ ବୋଲି ଜାଣିବାକୁ ମିଳିଛି ।

MS Dhoni: At the twilight of his IPL career, 'Thala' MS Dhoni still  continues to push CSK up the popularity charts | Cricket News - Times of  India

ଗୁଜୁରାଟ ଟାଇଟନ୍ସ ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ସାହା, କେନ୍ ୱିଲିୟମସନ୍, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ରାହୁଲ ତେୱାତିଆ, ରାଶିଦ ଖାନ, ଶିଭମ ମାବି, ଜୟନ୍ତ ଯାଦବ/ ଆର. ସାଇ କିଶୋର, ଅଲଜାରୀ ଜୋସେଫ ଏବଂ ମହମ୍ମଦ ଶାମୀ ।

ଚେନ୍ନାଇ ସୁପର କିଙ୍ଗସ ସମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକ୍ୱାଡ, ଡେଭନ କନୱେ, ବେନ୍ ଷ୍ଟୋକ୍ସ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଶିବମ୍ ଦୁବେ, ଏମ.ଏସ ଦୋନୀ(ଅଧିନାୟକ), ମିଚେଲ ସାଣ୍ଟନର, ଦୀପକ ଚହର, ସିମରଜୀତ ସିଂହ/ତୁଷାର ଦେଶପାଣ୍ଡେ ।

Get real time updates directly on you device, subscribe now.