ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ASI

ବ୍ରହ୍ମପୁର: ଲାଞ୍ଚ ନେଇ ଧରା ପଡିଲେ ମହିଳା ଥାନା ASI ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ 10ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ।

ଏବେକା ସମୟରେ ଲୋକଙ୍କ ପାଖରେ ଯେତେ ପଇସା ସେତେ ଲୋଭ। ବଡ ବଡ ପଦବୀରେ ଥାଇ ସରକାରଙ୍କ ଠାରୁ ଭଲ ଦରମା ପାଇଁ ମଧ୍ୟ ଅଫିସରମାନେ ସବୁ କାମ ପାଇଁ ସାଧାରଣ ଜନତାଙ୍କ ଠାରୁ ଲାଞ୍ଚ ନେଉଛନ୍ତି। ଏଇ ଯେମିତି ବ୍ରହ୍ମପୁରର ମହିଳା ଥାନା ASI ବବିତା ସୁନା।

ମୋଟା ଦରମା ପାଇବା ପରେ ମଧ୍ୟ ଆହୁରି ଲୋଭ ଯେ, ଏକ ମାମଲାର ରଫାଦଫା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ। କିନ୍ତୁ କଣ ହେବ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଧରିନେଲା। କଥାରେ ଅଛି ନା ପାପ ଅର୍ଜିତ ଧନ କେବେ ରୁହେ ନାହିଁ।