ଦୁଇ ଆଇଏଏସଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପ୍ରଶଂସା

ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ଦୁଇ ଆଇଏଏସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । ଗଞ୍ଜାମରେ କୋଭିଡ଼ ପରିଚାଳନାରେ ଭଲ କାମ କରିଥିବାରୁ ୨ ଯୁବ ଆଇଏଏସଙ୍କୁ ପ୍ରଶାଂସା କରିଛନ୍ତି ଅସିତ । ଦୁଇ ଆଇଏଏସ ହେଉଛନ୍ତି ପାରୁଲ ପତୱାରି ଓ ବିଶାଲ ଦତଂହ । ଏବେ ସେମାନେ ଖୋର୍ଦ୍ଧା ଓ ବିଏମସିକୁ ସହଯୋଗ କରିବେ । ଗଞ୍ଜାମରେ ସ୍ପେଶାଲ ଏଡ଼ିଏମ ଭାବେ ନିଯୁକ୍ତ ଥିଲେ ସେହି ଦୁଇ ଆଇଏଏସ ।

Get real time updates directly on you device, subscribe now.