“ହେ ପ୍ରଭୁ, ଫଳକୁ ଆଶା ନକରି ମତେ ଗୋଟେ ସରକାରୀ ଚାକିରୀ ଦେଇଦିଅ” ଭଗବାନଙ୍କ ପାଖେ ଭକ୍ତଙ୍କ ଅଜବ ଗୁହାରି
ଭଗବାନଙ୍କୁ ସରକାରୀ ଚାକିରୀ ମାଗିବାରୁ ପ୍ରଭୁ ଦେଲେ ଏମିତି ଉତ୍ତର, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ
ଓଡିଶାଭାସ୍କର: ଆମ ହିନ୍ଦୁ ଧର୍ମରେ ଲୋକେ ଭଗବାନଙ୍କୁ ନିଜର ଇଚ୍ଛା ପୂରଣ ପାଇଁ ବହୁତ କିଛି ଅଜବ ଜିନିଷ ମାଗିଥାନ୍ତି, ଯାହାକୁ ନେଇ ପଛରେ ଅନେକ ଆଲୋଚନା ମଧ୍ୟ ହୁଏ। ସେହିପରି ଏକ ଅଜବ ଘଟଣା ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ଭକ୍ତ ମନ୍ଦିରକୁ ଯାଇ ଠାକୁରଙ୍କୁ ସରକାରୀ ଚାକିରୀ ମାଗୁଛନ୍ତି ଏବଂ ତାର ଇଚ୍ଛା ଶୁଣି ଭଗବାନ ମଧ୍ୟ ତାକୁ ଉତ୍ତର ଦେଇଛନ୍ତି। ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଭଗବାନଙ୍କୁ ପ୍ରାର୍ଥନା କରି କହିଛନ୍ତି, “ହେ ଭଗବାନ, ଦୟାକରି ଏହି ମାସରେ ମୋତେ ଏକ ସରକାରୀ ଚାକିରି ଦିଅ!” ତା ପରେ, ଉପରୁ ଭଗବାନଙ୍କ ସ୍ୱର ଶୁଣିବାକୁ ମିଳିଛି, ଯେଉଁଥିରେ ଭଗବାନ କହିଛନ୍ତି ଯେ, “ତୁମେ ଖାଲି ହାତରେ କାହିଁକି ଆସିଛ? ମୋ ପାଇଁ ସେଓ, କଦଳୀ, ନଡ଼ିଆ ଆଣି ନାହଁ?” ଏଥିରେ ବ୍ୟକ୍ତି ଜଣକ ଉତ୍ତର ଦେଇ କହିଛନ୍ତି ଯେ, “ଆପଣ ଆପଣଙ୍କ କାମ କରନ୍ତୁ, ଫଳ ବିଷୟରେ ଚିନ୍ତା କରନ୍ତୁ ନାହିଁ!”
ଏହି ଭିଡିଓଟିକୁ ଦିବ୍ୟା ତାଙ୍କ ଇନଷ୍ଟାଗ୍ରାମରେ @officialdivya618 ଆକାଉଣ୍ଟରୁ ସେୟାର କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ 13 ଲକ୍ଷ ଭ୍ୟୁ ମିଳିଛି। କମେଣ୍ଟରେ ଅନେକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି, ଯେତେବେଳେ କିଛି ଲୋକ ଭଗବାନଙ୍କ ନାମର ମଜା କରିବା ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି।