fbpx
BJD SKY
BJD SKY

ସେପ୍ଟେମ୍ବର ୪ରେ ହେବ ASO ପରୀକ୍ଷା, ନୂଆ ତାରିଖ ଘୋଷଣା କଲା OPSC

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବନ୍ୟାର ତାଣ୍ଡବ ଏବେ ସାରା ରାଜ୍ୟକୁ ଗ୍ରାସ କରିଛି । ଜୁଆଡ଼େ ଦେଖିବ ଖାଲି ପାଣି । ବନ୍ୟା ଯୋଗୁଁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଓପିଏସସିକୁ ନେଇ ଏବେ ନୂଆ ଅପଡେଟ୍ ଆସିଛି । ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖରେ ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା । ଓପିଏସସି ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୨୧ ତାରିଖରେ ଏଏସଓ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ଦିନ ଧାର୍ଯ୍ୟ କରାଯାଇଥିଲା ।

ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏଏସଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ । ପରୀକ୍ଷାର୍ଥୀମାନେ ଟ୍ୱିଟରରେ ଏନେଇ ରାଜ୍ୟ ସରକାରଙ୍କୁ ନିଜର ଦୁଃଖ ଜଣାଇଥିଲେ । ତେବେ ପରିସ୍ଥିତିକୁ ହୃଦୟଙ୍ଗମ କରି ଶେଷରେ ଓପିଏସସପି ପକ୍ଷରୁ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ମୋଟ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.