fbpx

ନିଜ ଝିଅକୁ ବଳକ୍ରାର କରି ବାପା ଫେରାର,ଝିଅ କହିଲା ଏହା ପ୍ରଥମ ଥର ନୁହେଁ…

ରାଜସ୍ଥାନ:ବାପା ଆଉ ଝିଅର ସମ୍ପର୍କ ଏକ ନିବିଡ ଆଉ ପବିତ୍ର ସମ୍ପକ ଅଟେ । କିନ୍ତୁ ବର୍ତ୍ତମାନ୪ ସମୟରେ କିଛି ଲୋକ ଏହାକୁ କଳୁଷିତ କରିବାରେ ଲାଗିଲେଣି । ନିଜର କାମନା ନିଆଁଙ୍କୁ ଲିଭାଇବା ବାପା ଏତେ ତଳକୁ ଖସିଯିବେ ବୋଲି କେହି ଆଶା କରି ନଥିଲେ । ରାଜସ୍ଥାନରେ ଜଣେ ବାପା ତାର ଝିଅକୁ ବଳକ୍ରାର କରି ଫେରାର ହୋଇ ଯାଇଥିବାର ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ।

ସୂଚନାମୁତାବକ ଏହି ଘଟଣା ରାଜସ୍ଥାନର ଡଙ୍ଗରପୁର ଠାରେ ଘଟିଛି ।ଯେଉଁଠାରେ ଜଣେ ୩୫ ବର୍ଷର ବାପା ତାର ଝିଅକୁ ବଳକ୍ରାର କରିଛି । ବୁଧବାର ଦିନ ଝିଅର ମା ଏନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ପତ୍ନୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ମାତା ପିତାଙ୍କୁ ଭେଟିବା ପାଇଁ ଅଗଷ୍ଟ୧୧ ତାରିଖରେ ରାକ୍ଷୀ ବାନ୍ଧି ବାକୁ ଯାଇଥିଲେ । ତେବେ ଏହି ସମୟର ମଉକା ଉଠାଇ ଜଲ୍ଲାଦ ପିତା ତାର ଝିଅକୁ ବଳକ୍ରାର କରିଥିଲେ ।

ସୂଚନାମୂତାବକ ତାଙ୍କର ମୋଟ ୫ଟି ସନ୍ତାନ ଥିଲେ ଏବଂ ବଡ ଝିଅ ଯେକି ୭ମ ଶ୍ରେଣୀ ରେ ଅଧ୍ୟୟନ କରେ ଏହି ଘଟଣାଟି ତା ସହିତ ଘଟିଛି । ଝିଅଟିର ମା ପ୍ରକାଶ କରିଛନ୍ତି ଯେ ସେ ଫେରି ଆସି ଦେଖିବା ବେଳେ ତାଙ୍କ ଝିଅ ଡରିକି ରହିଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୁଲିସରେ ଅଭିଯୋଗ କରିବା ପାଇଁ ସ୍ଥିର କରିଥିଲେ । ଏହା ସହିତ ଝିଅ ତା ମା ନିକଟରେ ଏହା ମଧ୍ୟ ପ୍ରକାଶ କରିଛି ଯେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ତା ବାପା ତାଙ୍କୁ ହୋଲିରେ ଦୁଇଥର ବଳକ୍ରାର କରିଥିଲେ ।

ତେବେ ଅଭିଯୁକ୍ତ ଙ୍କ ନାମରେ ବର୍ତ୍ତମାନ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ଏକ ଏଫଆଇଆର ଦାଖଲ କରାଯାଇଛି । ଏହା ସହିତ ଗିରଫ କରିବା ପାଇଁ ଉଦ୍ୟମ ଜାରି କରାଯାଇଛି । ବର୍ତ୍ତମାନ ନାବାଳିକାଙ୍କ ଡାକ୍ତୀର ପରୀକ୍ଷା କରାଯାଇଛି ବୋଲି ପୋଲିସ କହିଛନ୍ତି ।

Get real time updates directly on you device, subscribe now.