fbpx

ବିଗିଡିଲା Raju Srivasthavଙ୍କ ସ୍ୱାସ୍ଥ୍ୟବସ୍ଥା: ବ୍ରେନ ଡେଡ୍ ଅବସ୍ଥାରେ, ହାର୍ଟରେ ବି ରହିଛି ସମସ୍ୟା

ମୁମ୍ବାଇ: ବଲିଉଡ ଜଗତର ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୁଣି ଅବନତି ଦେଖାଯାଇଛି । ପୁଣି ଥରେ ଖରାପ ଆଡକୁ ଗତି କରୁଛି ରାଜୁଙ୍କ ଅବସ୍ଥା । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହେଉଥିବା ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା । ଏବେ ସମସ୍ତେ ଭଗବାନଙ୍କ ଉପରେ ଭରସା କରି ରହିଛନ୍ତି ବୋଲି ସେ କହିଛନ୍ତି ।

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଛି ଏକ ବଡ ଅପଡେଟ । ପୂର୍ବ ଅପେକ୍ଷା ସେ ଆହୁରି ଅସୁସ୍ଥ ହୋଇ ପଡିଥିବା ଜାଣିବାକୁ ମିଳିଛି । ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା କହିଛନ୍ତି ଯେ, ରାଜୁଙ୍କ ବ୍ରେନ ଏବେ ପ୍ରାୟତଃ ଡେଡ୍ ଅବସ୍ଥାରେ ରହିଛି । ଏହାସହିତ ତାଙ୍କ ହୃଦୟରେ ମଧ୍ୟ କିଛି ସମସ୍ୟା ରହିଥିବା ଅଜିତ ସୂଚନା ଦେଇଛନ୍ତି । ଆଜି ସକାଳୁ ରାଜୁଙ୍କ ବ୍ରେନ କାମ କରୁନଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ତେବେ ପରିବାର ଏବଂ ସମ୍ପର୍କୀୟମାନେ ଏବେ ସବୁକିଛି ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି ବୋଲି ଅଜିତ କହିଛନ୍ତି । ଏହାସହିତ ସମସ୍ତେ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିଛନ୍ତି । ଭଗବାନଙ୍କୁ ରାଜୁଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି ପରିବାରରୁ ଆରମ୍ଭ କରି ସମ୍ପର୍କୀୟ ଏବଂ ପ୍ରଶଂସକ ।

Get real time updates directly on you device, subscribe now.