fbpx

କମୁଛି ଜଳ ସ୍ତର: ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର: କମିବାର ଲାଗିଛି ହୀରାକୁଦର ଜଳ ସ୍ତର । ଫଳରେ ଖୋଲାଯାଇଥିବା ମୋଟ ୪୦ ଟି ଗେଟ୍ ୪ ଟି ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ବର୍ତ୍ତମାନମୋଟ ୩୬ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ହିରାକୁଦର ଜଳ ଭଣ୍ଡାରକୁ ୪୦ ଲକ୍ଷ ୪୦ହଜାର କ୍ୟୁସେକ୍ ଜଳ ପଶୁଛି । ସେହିପରି ୬ଲକ୍ଷ ୭୪ ହଜାର କ୍ୟୁସେକ ଦଳ ନିଷ୍କାସନ ହେଉଛି ।

ବର୍ତ୍ତମାନ ଜଲସ୍ତର ୬୨୪.୪୩ ଫୁଟ ରହିଥିବାବେଳେ ୬୨୨ କୁ ଖସିବ ବୋଲି ଆକଳନ କରାଯାଉଛି । ତେବେ ଅପରାହ୍ନ ୩ଟା ସୁଦ୍ଧା ୬୨୪ ଫୁଟ୍ ତଳକୁ ଆସିବ ଜଳ । ଏଥି ସହିତ କାଲି ସଂଧ୍ୟା ସୁଦ୍ଧା ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା କରାଯାଉଛି । ଅନ୍ୟପକ୍ଷେ ପୁଣି ଏକ ଲଘୁଚାପ କାରଣରୁ ରାଜ୍ୟରେ ୧୯ ଓ ୨୦ ତାରିଖ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଠରରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ।

Get real time updates directly on you device, subscribe now.