fbpx
BJD
BJD SKY
BJD SKY

କ୍ଷମା ମାଗିବା ପରେ ବି ଗିରଫ ହେଲେ କଂଗ୍ରେସ ବିଧାୟକ, ସନ୍ଥ ଓ ପୂଜାରୀଙ୍କ ଉପରେ ରଖିଥିଲେ ବିବାଦୀୟ ବୟାନ

ଗୌହାଟୀ:ଆସାମ ପୋଲିସ କଂଗ୍ରେସ ବିଧାୟକ ଆଫତାବ ଉଦ୍ଦିନ ମୋଲ୍ଲାଙ୍କୁ ମନ୍ଦିର, ପୂଜାରୀ ଓ ଅସମିୟା ସଂପ୍ରଦାୟଙ୍କ ପ୍ରାର୍ଥନା ସ୍ଥଳ ଉପରେ ଆପତ୍ତିଜନକ ଟିପ୍ପଣୀ ରଖିଥିବା ଅଭିଯୋଗରେ ଗିରଫ କରିଛି । ମୋଲ୍ଲାଙ୍କ ବୟାନରେ ଆସାମରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ଓ କଂଗ୍ରେସକୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ପଡିଥିଲା । ପୋଲିସ ଆଜି କହିଛି କି ମଙ୍ଗଳବାର ରାତିରେ ମୋଲ୍ଲାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି । ତାଙ୍କୁ ଏବେ ଦିସପୁର ଥାନାକୁ ନିଆଯାଇଛି ଯେଉଁଠାରେ ଗୌହାଟୀର ପୋଲିସ କମିଶନର ତାଙ୍କୁ ପଚରାଉଚୁରା କରିବେ । ଏଠାରେ ସୂଚାଇ ଦିଆଯାଇପାରେ କି ଆଫତାବ ଉଦ୍ଦିନ ମୋଲ୍ଲା ଆସାମର ଜଳେଶ୍ୱର ବିଧାନସଭା ସିଟ୍‌ରୁ ବିଧାୟକ ଅଛନ୍ତି ।

ମୋଲ୍ଲା ଏକ ସାର୍ବଜନିକ ବୈଠକରେ କହିଥିଲେ, ଯେଉଁଠାରେ ବି କିଛି ଅପରାଧିକ ଘଟଣା ଘଟୁଛି ସେଥିରେ ପୂଜାରୀ, ସନ୍ଥ ଓ ନାମଧରିଆ ସାମିଲ ଥିବାର ଦେଖାଯାଉଛି । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚହଳ ଖେଳିଯାଇଥିଲା । ବିବାଦ ଘେରକୁ ଆସିବା ପରେ ମୋଲ୍ଲା ବିନା ସର୍ତ୍ତରେ କ୍ଷମା ମାଗିଥିଲେ । ମଙ୍ଗଳବାର କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି କରାଯାଇଥିଲା । କିନ୍ତୁ ସେ ଏହା ଉପରେ କୌଣସି ଉତ୍ତର ରଖି ନ ଥିବାରୁ ତାଙ୍କୁ ଗିରଫ କରଯାଇଛି ବୋଲି କୁହାଯାଉଛି । ବିବାଦୀୟ ବୟାନ ରଖିବାର କିଛି ଘଣ୍ଟା ପରେ ମୋଲ୍ଲାଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତି ଧାର୍ମିକ ଭାବନାକୁ ଆହତ ପହଞ୍ଚାଇଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲେ । ଏହା ମାମଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.