fbpx

ଆସାମରେ ହାଇ ଆଲର୍ଟ; ISI ଓ ଆଲକାଏଦାଠୁ ରହିଛି ବିପଦ

ନୂଆଦିଲ୍ଳୀ:ଆସାମରେ ରେଡ ଆଲର୍ଟ ଜାରି । ପାକିସ୍ତାନ ଆଇଏସଆଇ ଏବଂ ଅଲ-କାଏଦା ସାମ୍ପ୍ରଦାୟିକ ହିଂସା ସୃଷ୍ଟି ନେଇ ଗୁଇନ୍ଦା ତଥ୍ୟ ପାଇବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ଆସାମ ପୋଲିସ । ସାମ୍ପ୍ରଦାୟିକ ହିଂସା ନେଇ ଶନିବାର ପ୍ରତି ଜିଲ୍ଲା ପୋଲିସ ହେଡକ୍ବାର୍ଟରକୁ ଏହି ସୂଚନା ଦିଆଯାଇଥିଲା । ଆସାମ ପୋଲିସ ଏଡିଜିପି ହିରେନ ନାଥ ଗଣମାଧ୍ୟମକୁ କହିଛନ୍ତି ଗୌହାଟୀର ଲାଖ୍ରା ସହରରେ ଅକ୍ଟୋବର ୬ ତାରିଖରେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଏହାପରେ ସମସ୍ତ ଏସପିଙ୍କୁ ଜରୁରୀକାଳିନ ବାର୍ତ୍ତା ପଠାଯାଇଥିଲା ।

ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରୁ ଜରୁରୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଥିବା କହିଛନ୍ତି ପୋଲିସ ଏଡିଜିପି ।ଆଇଏସଆଇଏସ କାଶ୍ମୀରକୁ ନେଇ ଏକ ଭିଡିଓ ଜାରି କରିଥିଲା । ଯାହା ଆସାମରେ ମୁସଲିମଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠିଥିଲା । ସମାନ ଭାବରେ, ବିଶ୍ବ ଇସଲାମିକ ଦେଶଗୁଡିକର ପ୍ଲାଟଫର୍ମରେ ମଧ୍ୟ ଆସାମର ଡାରଙ୍ଗ ଜିଲ୍ଲାରେ ସାମ୍ପ୍ରଦାୟିକ ଉଚ୍ଛେଦ କରି ସାରା ବିଶ୍ବରେ ପ୍ରଚାର ଆରମ୍ଭ କରିଥିଲା ।

Get real time updates directly on you device, subscribe now.