fbpx

ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର, ୨୫ା୨(ଓଡ଼ିଶା ଭାସ୍କର): ବିଧାନସଭା ଆରମ୍ଭରୁ ହିଁ ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଛି । ଧାନକିଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଏନେଇ ୧୧.୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ସେହିପରି ଗତକାଲି ମଧ୍ୟ ବିରୋଧୀମାନେ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ କରିଥିଲେ । ଗୋଟିଏ ଦିନରେ ଗତକାଲି ୧୬ଥର ଗୃହ ମୁଲତବୀ ହୋଇଥିଲା । ଏହାସହ ବାଚସ୍ପତିଙ୍କ ପୋଡ଼ିୟମ ପାଖରେ ବିରୋଧୀମାନେ ନାରାବାଜି ଦେଇଥିଲେ ।

Get real time updates directly on you device, subscribe now.