fbpx

ବିଧାନସଭାରେ ଆରମ୍ଭ ହେଲା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର: ବିଧାନସଭାରେ ଆଜିଠୁ ଆରମ୍ଭ ହୋଇଯାଇଛି ଶୀତ ଅଧିବେଶନ । ପ୍ରଥମେ ଗୃହରେ ଉପବାଚସ୍ପତି ନିର୍ବାଚନ ପରେ ଏହି ଅଧିବେଶନ ଆରମ୍ଭ ହୋଇଛି । ନୂତନ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ଆଜି ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୃହକାର୍ଯ୍ୟ ଆରମ୍ଭ କରାଯାଇଛି ।

ତେବେ ଗୃହକାର୍ଯ୍ୟ ଆରମ୍ଭରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଶେକପ୍ରସ୍ତାବ ଆଗତ କରିଛନ୍ତି । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ସେ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।ପୂର୍ବତନ ଉପମନ୍ତ୍ରୀ ସରସ୍ୱତୀ ପ୍ରଧାନ ଏବଂ ପୂର୍ବତନ ସଦସ୍ୟ ଅଜୟ ଜେନା ଓ ରବି ଦାସଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଏଥି ସହିତ ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନ୍ସ ହାବିଲଦାର ସରୋଜ ଦାସ ଏବଂ ପୂର୍ବତନ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ଶାସକ ଦଳ ସୁପ୍ରିମୋ । ତେବେ ତାଙ୍କର ଏହି ଶୋକ ପ୍ରସ୍ତାବକୁ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଛନ୍ତି ।

ତେବେ ଆଜି ଆରମ୍ଭ ଦିନରେ ଏହି ଶୋକ ପ୍ରସ୍ତାବ କାରଣରୁ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହିତ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବ ବୋଲି ସୂଚନା ମିଳିଛି

Get real time updates directly on you device, subscribe now.